ରାଜ୍ୟସ୍ତରୀୟ ଅନ୍‌ ଲାଇନ କବିତା ଆସର ଅନୁଷ୍ଠିତ

0 996

ବୌଦ୍ଧ,୨୬/୧- ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଅନଲାଇନ୍‌ କବିତା ଆସର ପରିବାର, ସବିତାଦୁର୍ଗ, ବୌଦ୍ଧର ପ୍ରତିଷ୍ଠାତା ତଥା ସଞ୍ଚାଳକ ସୁଦୀପ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ମୋ ଦେଶ ମହାନ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ କବୟିତ୍ରୀ ସୁଷମା ମଞ୍ଜରୀ ଦାସଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୋ ଦେଶ ମହାନ ଶୀର୍ଷକର ଆଲୋଚନା ଚକ୍ର ସମାପ୍ତ ପରେ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ଥି କରିଥିଲେ । ଏଥିରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ କବି ଯୋଗଦେଇଥିଲେ । ପିଙ୍କୁ ରଣବିଡ଼ା (ସମ୍ବଲପୁର),ବିଜୟ ସ୍ୱାଇଁ (କଟକ), ମାଧବୀ ପଟେଲ (ଝାରସୁଗୁଡ଼ା), ଅମୂଲ୍ୟ ଦାଶ (ଆସିକା), ସେବକ ବସନ୍ତ ମହାପାତ୍ର(ଝାଡ଼ଖଣ୍ଡ), ପରମିତା ଷଡ଼ଙ୍ଗୀ (ମୁମ୍ବାଇ), ପ୍ରଗତି ଶାହା (ରାଉରକେଲା),ବାସନ୍ତୀ ଲତା ଜେନା(ନବରଙ୍ଗପୁର), ଦେବେନ୍ଦ୍ର ନାୟକ(ସୁବର୍ଣ୍ଣପୁର), ଶାନ୍ତନୁ ମହାକୁଡ଼ (କଲିକତା), ଶାନ୍ତିଲତା ପଣ୍ଡା (ବାଲେଶ୍ୱର), ସୁଷମା ଦେଇ (ଭୁବନେଶ୍ୱର), ଯୁବକବି ଭାଗ୍ୟବନ୍ତ ମହାଲିଙ୍ଗ ଆଦି ପ୍ରାୟ ୫୦ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟ ବାହାରର କବି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସମସ୍ତ କବି କବୟିତ୍ରୀଙ୍କୁ ଅନଲାଇନ୍‌ କବିତା ଆସର ପରିବାର ତରଫରୁ କୃତଜ୍ଞତା ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ସୁଦୀପ୍ତ କୁମାର ପଣ୍ଡା ସଂଯୋଜକ, ଡିଲେଶ୍ୱରୀ ମେହେର ସହ ସଂଯୋଜକ ଭାବରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ ସକ୍ରିୟ ସଦସ୍ୟ ନାଟ୍ୟକାର ଇଶ୍ୱରଚନ୍ଦ୍ର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × five =