ବୌଦ୍ଧ: କରୋନା ନେଲା ଆଉ ଜଣେ ବ୍ୟକ୍ତିଙ୍କ ଜୀବନ

0 6,179

ବୌଦ୍ଧ,୨୦/୫- ଆଜି କରୋନାରେ ଆଉଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ସାନ ବୁଟୁପାଲି ଗ୍ରାମର ଅଶ୍ୱିନୀ କୁମାର ମିଶ୍ର (୬୦) କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଠ ଦିନ ତଳେ ବୌଦ୍ଧ କୋଭିଡ୍‌ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶରୀରରେ ଅକ୍ସିଜେନ ସ୍ତର କମି ଯାଇଥିବା ଯୋଗୁଁ ତାଙ୍କୁ ଦୁଇ ଦିନ ତଳେ ଭେଣ୍ଟିିଲେଟରରେ ରଖାଯାଇଥିଲା । ଗତକାଲି ସେ ଟିକିଏ ସୁସ୍ଥ ଅନୁଭବ କରିଥିଲେ ବୋଲି ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି । ଆଜି ସକାଳେ ସେ ପୁଣି ଗୁରୁତର ହୋଇଯାଇଥିଲେ ଓ ସକାଳ ପ୍ରାୟ ୮ ଘଣ୍ଟା ସମୟରେ ସେ ମୃତ୍ୟୁବରଣ କରିଥିବା ଜଣା ପଡିଛି । ତାଙ୍କର ମର ଶରୀରକୁ ସ୍ଥାନୀୟ ଶ୍ମଶାନ ଘାଟରେ ପ୍ରଶାସନ ତରଫରୁ କୋଭିଡ୍‌ ପ୍ରୋଟୋକୋଲ ଅନୁଯାୟୀ ଦାହ କରାଯାଇଥିବା ସୂଚନା ମିଳିଛି । ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗତୀ ଗ୍ରାମର ମୂଳ ଅଧିବାସୀ ଶ୍ରୀ ମିଶ୍ର ଦୀର୍ଘ ବର୍ଷ ହେଲା ସାନ ବୁଟୁପାଲି ଗ୍ରାମରେ ରହୁଥିଲେ । ତାଙ୍କର ବିୟୋଗରେ ବନ୍ଧୁ ବର୍ଗ ଓ ସ୍ଥାନୀୟ ପରିଚିତ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

six + 13 =