୨ ଦିନରେ ଥରେ ଯାଉଛି କ୍ଷୀର, କ୍ଷତିରେ ଗୋପାଳକ

0 69

ବୌଦ୍ଧ/ଜହ୍ନାପଙ୍କ,୧୭/୫- ରାଜ୍ୟ ଓ କେନ୍ଦ୍ର ସରକାର ଗୋପାଳନ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି । ଗୋପାଳକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବାପାଇଁ ଗାଈ ଋଣ, ଗୁହାଳ ନିର୍ମାଣ ସହାୟତା ପାଇଁ ଅର୍ଥର ବ୍ୟବସ୍ଥା କରିଛନ୍ତି । ଗାଈମାନଙ୍କୁ ଛୁଆ ପାଇଁ ମାଗଣାରେ ବିହନ ଯୋଗାଇ ଦେଉଛନ୍ତି । ହେଲେ କ୍ଷୀର ବିକ୍ରି କରିବାକୁ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ସପ୍ତାହେ ହେଲା ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଦୁଗ୍ଧ ଉତ୍ପାଦକ ସମିତିର ଗୋପାଳକମାନେ କ୍ଷତି ସହୁଛନ୍ତି । ଗତ ୫ ବର୍ଷ ହେଲା ଓମ୍‌ଫେଡ଼ ଏହି ସମିତିରୁ କ୍ଷୀର ନେଉଥିଲା । କିନ୍ତୁ ୨୦୨୦ ଅଗଷ୍ଟ ମାସରେ ୩ ଦିନର କ୍ଷୀରକୁ ନିମ୍ନମାନର ଦର୍ଶାଇ ଟଙ୍କା କିମ୍ବା କ୍ଷୀର ଫେରାଇନଥିଲା । ଫଳରେ ଚାଷୀଙ୍କ ପ୍ରାୟ ୨୨୦ ଲିଟର କ୍ଷୀରର ଅର୍ଥ ନପାଇ କ୍ଷତି ସହିଥିଲେ । ଏସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଓ ସିଡିଭିଓଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଓମ୍‌ଫେଡ଼କୁ କ୍ଷୀର ଦେବାକୁ ମନ ।କରିଦେଲେ । ସେହି ଦିନଠାରୁ ପୁରୁଣାକଟକର ଏକ ଘରୋଇ ସଂସ୍ଥା କ୍ଷୀର ନେଉଥିଲା । ଲକଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ହେବାରୁ ଘରୋଇ ସଂସ୍ଥା କ୍ଷୀର ନେବାକୁ ମନା କରିବାରୁ ସମିତିର ସମ୍ପାଦକ ଶୁଭ୍ରାଂଶୁ ଶେଖର ମିଶ୍ର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଏହାର ସମାଧାନ ପାଇଁ ସିଡିଭିଓଙ୍କୁ କହିଥିଲେ । କୌଣସି ପ୍ରତିକାର ନକରିବାରୁ ଗତ ୫ ତାରିଖରେ ସମିତିର ପ୍ରାୟ ୨୦ ଟି ଗାଁ ର ଗୋପାଳକ ଜାତୀୟ ରାଜପଥ ୫୭ ର ଜହ୍ନାପଙ୍କ ଛକରେ ପ୍ରାୟ ୨୨୦ ଲିଟର କ୍ଷୀର ଢାଳିଦେଇଥିଲେ । ଏହା ପରେ ଘରୋଇ ସଂସ୍ଥା ଦିନେ ପରେ ଦିନେ କ୍ଷୀର ନେବାକୁ ରାଜି ହୋଇ କ୍ଷୀର ନେଲା । କିନ୍ତୁ ୨ ଦିନ ହେଲା କ୍ଷୀର ନନେବାରୁ ଚାଷୀମାନେ ସମିତିକୁ ଆସି ଫେରିଯାଇଥିଲେ । ସୂଚନାଯୋଗ୍ୟ ଯେ ତେଲିବନ୍ଧ, କମିରା ଓ ଖୁଣ୍ଟବନ୍ଧ ସମିତିରୁ ଦୈନିକ ଓମ୍‌ଫେଡ଼ କ୍ଷୀର ନେଉଥିବା ବେଳେ ଜହ୍ନାପଙ୍କ ସମିତିରୁ କ୍ଷୀର ନେଉନାହିଁ । ଏହାର ଆଶୁ ସମାଧାନ କରାନଗଲେ ବାଧ୍ୟହୋଇ ଗୋପାଳକମାନେ ଜାତୀୟ ରାଜପଥକୁ ଜହ୍ନାପଙ୍କଠାରେ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 − eight =