ବିଜେପି କୃଷକ ମୋର୍ଚ୍ଚା ବୌଦ୍ଧର ବଘିଆପଡା ମଣ୍ଡି ଘେରାଓ

0 94

ବୌଦ୍ଧ,୧୯/୧- ବୌଦ୍ଧର ବଘିଆପଡା ମଣ୍ଡିରେ ଚାଷୀଙ୍କଠାରୁ ଧାନ କିଣିବାରେ ଚରମ ଅବ୍ୟବସ୍ଥା ହୋଇଛି । ମଣ୍ଡିରେ ଓ ରାଜରାସ୍ତାରେ ହଜାରହଜାର ଧାନବସ୍ତା ଆଜକୁ ୧୫ଦିନ ହେଲା ପଡିରହିଛି । ମିଲର ଧାନ ଉଠାଇବାକୁ ପ୍ରାୟ ଆସୁନାହିଁ । ଶୀତ କାକରରେ ଚାଷୀ ଖୋଲାଆକାଶ ତଳେ ପଡିରହିଛି । ଏଫଏକ୍ୟୁ ଧାନକୁ ଖରାପ ଧାନ କହି ୪୨୫କେଜି କଟନିଛଟନି କରାଯାଉଛି । ଚାଷୀ ଧାନ ପରୀକ୍ଷାପାଇଁ ଚାହିଁଲେ ତା ଧାନକୁ ନକିଣିବାକୁ ଧମକ ଦିଆଯାଉଛି । ଅଖାପଇସା ଦେଉନାହାନ୍ତି କି ଅଖା ଫେରାଉ ନାହାନ୍ତି । ସ୍ଥାନୀୟ ଗୋଟିଏ ମିଲ୍‌ର ଶୋଷଣ ସବୁଠାରୁ ଅଧିକ । ଧାନ ଘୋଡାଇବା ପାଇଁ ପାଲ ଯୋଗାଇ ଦିଆଯାଉନାହିଁ । ପିଇବା ପାଣିର ବ୍ୟବସ୍ଥା ନକହିଲେ ଭଲ । ଖୋଲା ଡ୍ରମରେ ଖରାରେ ପାଣି ରଖାଯାଉଛି । ଏସବୁର ପ୍ରତିକାର ପାଇଁ ମଣ୍ଡିକୁ ଗଲେ ମଣ୍ଡିରେ ସଂପାଦକ ଉପସ୍ଥିତ ରହୁନାହାନ୍ତି । ପ୍ରଶାସନକୁ ଗୁହାରି କଲେ ପ୍ରଶାସନ ନିଦାବିଷ୍ଣୁ ସାଜି ଅଛନ୍ତି । ତେଣୁ ଆଜି କୃଷକ ମୋର୍ଚ୍ଚାର ଏକ ଦଳ ରାଜ୍ୟକୃଷକ ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଯାଇ ମଣ୍ଡିରେ ତାଲା ପକାଇବା ସହ ୪ଘଣ୍ଟା ଧରି ଘେରାଓ କରିଥିଲେ । ପ୍ରଶାସନ କୌଣସି ପଦକ୍ଷେପ ତୁରନ୍ତ ନନେଲେ ଯୋଗାଣ ବିଭାଗ ଅଫିସ ସମ୍ମୁଖରେ ଧାରଣା ଦେବା ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ମନରଞ୍ଜନ ଦାସ, ଜିଲ୍ଲା ମହିଳାମୋର୍ଚ୍ଚା ସଭାପତି ଶ୍ରୀମତୀ ନମିତାରାଣୀ ଦାଶ, ଚାଷୀନେତା ନରହରି ପ୍ରଧାନ, ସୁଶାନ୍ତ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 − 7 =