ଭାମା ପ୍ରଧାନ ଓ ତାଙ୍କ ତିନି ଝିଅଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରଶାସନକୁ ଅନୁରୋଧ କଲେ ମାରୁତୀ ସେନା

0 180

ବୌଦ୍ଧ,୧୧/୭- ମାଳମାଳ ସରକାରୀ ଯୋଜନା, କିନ୍ତୁ ଏସବୁ ଯୋଜନାରୁ ବଂଚିତ ହୋଇଛନ୍ତି ବୌଦ୍ଧବ୍ଲକ ଆମ୍ବଝରୀ ପଂଚାୟତ ପାଟୁଲିପଡ଼ା ଗ୍ରାମର ଭାମା ପ୍ରଧାନଙ୍କ ପରିବାର । ପରିବାର କହିଲେ ସେ ଓ ତାଙ୍କର ତିନୋଟି ଭିନ୍ନକ୍ଷମ ଝିଅ । ସମସ୍ତଙ୍କ ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ବିକଳାଙ୍ଗ ଭତ୍ତା କି ଅନ୍ତୋଦୟ ଯୋଜନାରେ ଚାଉଳ ମିଳୁନାହିଁ । ସରପଞ୍ଚ ଙ୍କୁ କହି କହି ଥକି ଗଲେଣି କିନ୍ତୁ କିଛି ସାହାଯ୍ୟ ମିଳୁନଥିବା ଅଭିଯୋଗ କରିଛନ୍ତି ଭାମା । ନିଜର ଭତ୍ତା ଟଙ୍କା ଓ ଚାଉଳରେ ୩ ଝିଅକୁ ଧରି ଚଳିବା ତାଙ୍କପାଇଁ କଷ୍ଟକର ହେଉଥିବା ପ୍ରକାଶ କରିଛନ୍ତି । ସରକାରଙ୍କ ଆବାସ ଯୋଜନାରୁ ମଧ୍ୟ ସେ ବଞ୍ଚିତ ଥିବାରୁ ଏକ ଝାଟିମାଟି ଘରେ ୩ ବିକଳାଙ୍ଗ ଝିଅ ସହିତ ରହୁଥିବା ମାରୁତୀ ସେନା କର୍ମକର୍ତ୍ତାଙ୍କ ଆଗରେ ପ୍ରକାଶ କରିଛନ୍ତି ।

hiring

କରୋନା ମହାମାରୀ ସମୟରେ ଅଭାବ ଅନାଟନରେ ଚଳୁଥିବାର ଖବରପାଇ ବୌଦ୍ଧଜିଲ୍ଲାର ମାରୁତୀ ସେନା ଟିମ୍‌ ପହଂଚି ତାଙ୍କୁ କିଛି ସାହାଯ୍ୟର ହାତ ବଢାଇଛନ୍ତି । ମାରୁତି ସେନାର ଶୁଶିଲ ପାତ୍ର,ମହାଦେବ କଲତା, କେଶବହରି ଦୀପ, ରାହୁଲ ନାଏକ, ଜ୍ଞାନେନ୍ଦ୍ର ଜେନା, ଲୋକନାଥ ମଲ୍ଲିକ, ମାନସ ମାଝୀ,ଶଶି ମହାକୁଡ଼ ପ୍ରମୁଖ ସଦସ୍ୟମାନେ ସେଠାରେ ପହଞ୍ଚି ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଥିସହିତ ସଦସ୍ୟମାନେ ଭାମା ପ୍ରଧାନଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × two =