ବୌଦ୍ଧ,୨୬/୫- ଫ୍ରେଣ୍ଡସିପ କ୍ଲବ ବୌଦ୍ଧ ତରଫରୁ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜିର କାର୍ଯ୍ୟକ୍ରମ ପରିଚାଳକ ସଂଚାଳକ ସୁବ୍ରତ କୁମାର ପୁରୋହିତଙ୍କ ନେତୃତ୍ୱରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ବୁଦ୍ଧ ପୂର୍ଣିମା ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସହାୟ, ଦିନ ମଜୁରିଆଙ୍କ ପରିବାର ପାଇଁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବ ସମ୍ପାଦକ ତୋଫାନ ପରିଡ଼ା, ସହସମ୍ପାଦକ ସମ୍ୟକ ନାୟକ, ଅବଦୁଲ ଆସିଫ୍ ଖାଁ, ଅଂଶୁମାନ ହୋତା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପ୍ରଣାମ ନୃତ୍ୟାନୁଷ୍ଠାନର ଅଭିଭାବକ ନାରାୟଣ ପ୍ରସାଦ ଅଗ୍ରୱାଲ ଓ ବବିତା ଅଗ୍ରୱାଲଙ୍କ ବିବାହ ବାର୍ଷିକୀ ଏବଂ ମାଧବ ଅଗ୍ରୱାଲ ଓ ମୀନା ଅଗ୍ରୱାଲଙ୍କ ସୁପୁତ୍ର ଧ୍ରୁବ ଅଗ୍ରୱାଲଙ୍କ ଶୁଭ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ପ୍ରଣାମ ନୃତ୍ୟାନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କ ସହ ଅଗ୍ରୱାଲ ପରିବାର ଭାଲିଆପଦର ବସ୍ତିକୁ ଯାଇ ବସ୍ତିର ସମସ୍ତ ୪୫ ଟି ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ସହ ସମସ୍ତଙ୍କୁ ମାସ୍କ ବଣ୍ଟନ କରିଥିଲେ । ଧ୍ରୁବ ଅଗ୍ରୱାଲ ନିଜେ ସେହି ଗାଁର ଶିଶୁ ମାନଙ୍କୁ ବିସ୍କୁଟ ପ୍ୟାକେଟ ଓ ଚକ୍ଲେଟ ବଣ୍ଟନ କରି ନିଜ ଜନ୍ମଦିନ ପାଳିଛନ୍ତି ।
ଏଥିସହ ପ୍ରଣାମ ଅନୁଷ୍ଠାନ ତରଫରୁ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇ ବସ୍ତିବାସିନ୍ଦାଙ୍କୁ ମାସ୍କର ବ୍ୟବହାର, ହାତ ସାନିଟାଇଜ କରିବା, ସାବୁନରେ ହାତ ଧୋଇବା ଏବଂ କୋରୋନା ମହାମାରୀ ଠାରୁ କିପରି ରକ୍ଷା ପାଇବା ସେ ଦିଗରେ ଅନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ ବୁଝାଇବା ସହ ଆମେ ସମସ୍ତେ ସତର୍କ ରହିଲେ କୋରୋନାକୁ ହଟାଇପାରିବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଣାମ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ଭାଇନାଙ୍କ ସମେତ ଅମନ ସାହୁ, ମାନଭଞ୍ଜନ ମହାରଣା, ଜସ୍ମିନ କୌସର, ଅମିତ ନାୟକ, ଶୋଭନ କରଡିଆ,ଜୟରାମ ମୁଖୀ ପ୍ରମୁଖ ସାମିଲ ହୋଇଥିଲେ ।