ବୌଦ୍ଧ,୭/୬ – ବୌଦ୍ଧ ବ୍ଲକ୍ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ପ୍ରତିଷ୍ଠା ଦିନ ଠାରୁ ଗୋଟିଏ ସୌର ଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡି ରହିଥିବା ସଂପର୍କିତ ଏକ ଖବର ଦୈନିକ ହୀରାଞ୍ଚଳ ଓ ପୋର୍ଟାଲ୍ ହୀରାଞ୍ଚଲ୍ ଲାଇଭରେ ପ୍ରକାଶ ପାଇଥିଲା । ବରଗଡ ଜିଲ୍ଲା ଭେଡେନ ଗ୍ରାମର ସାମାଜିକ କର୍ମୀ ରମେଶ କୁମାର୍ ମେହେର ହୀରାଞ୍ଚଳ ରେ ପ୍ରକାଶିତ ଖବରକୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ଟ୍ୱିଟ କରିଥିଲେ ।
ସେ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଆସିବା ପରେ ବୌଦ୍ଧ ବ୍ଲକ୍ ବିଡିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ପ୍ରକଳ୍ପକୁ ଯଥା ଶୀଘ୍ର ମରାମତି ପାଇଁ ପଦକ୍ଷେପ ନିଆଯାଉଥିବା ବିଡିଓ ଜିଲ୍ଲାପାଳ ନିକଟକୁ ଗତ ୪ ତାରିଖରେ ପତ୍ର ମାଧ୍ୟମରେ ଜଣାଇଛନ୍ତି ।