ବୌଦ୍ଧ /ଜହ୍ନାପଙ୍କ,୨୭/୭- ବୌଦ୍ଧବ୍ଲକ ବଲାସିଙ୍ଗା ଆଇଆରବି ଛକରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମରେ ଆଜି ଟଙ୍କା ନଥିବାରୁ ଏହା ଉପରେ ନିର୍ଭର କରୁଥିବା ଆଇଆରବିର ପୋଲିସ କର୍ମଚାରୀ, ଓଲଣିଆ, ଖରମୁଣ୍ଡା, ଲୁଣ୍ଡାବେରେଣି, ବଲାସିଙ୍ଗା ଆଦି ଅଞ୍ଚଳର ଲୋକମାନେ ଟଙ୍କା ଉଠାଇ ନପାରି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଅଞ୍ଚଳର ଟଙ୍କା ଉଠାଣ ପାଇଁ ୨୦୧୪ ମସିହାରେ ଏଠାରେ ଏଟିଏମ ସ୍ଥାପନ କରାଯାଇଥିଲା । କିନ୍ତୁ ବର୍ଷରେ ବିଭିନ୍ନ ସମୟରେ ଏହା ଅଚଳ ହେବା ସହିତ, ଟଙ୍କା ଅଭାବ ଯୋଗୁଁ ପଞ୍ଚମ ଆଇ ଆର ବି ବାଟାଲିଅନର କର୍ମଚାରୀ ସମେତ ଅଂଚଳବାସୀ ଟଙ୍କା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।