ବିଭିନ୍ନ ଶୈବାଳୟରେ ମହାଶିବରାତ୍ରି ପାଳିତ

0 132

ବୌଦ୍ଧ/ଜହ୍ନାପଙ୍କ,୧୧/୩- ବୌଦ୍ଧବ୍ଲକ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁର ସିଦେ୍ଧଶ୍ୱର ଓ ପଶ୍ଚିମ ସୋମନାଥ, ଚଣ୍ଡିତଲ ଗୁପ୍ତେଶ୍ୱର,ଚଣ୍ଡିଗଡ଼ ସପ୍ନେଶ୍ୱର, ଦାମୋଦରପୁର ଷଣ୍ଢେଶ୍ୱର, ପଳାସ ଧବଳେଶ୍ୱର ଗୋଛାପଡା, କୃଷ୍ଣପାଲି, ଖାଲିଆପାଲି ଆଦି ଶୈବପୀଠରେ କରୋନା କଟକଣା ମଧ୍ୟରେ ମହାଶିବରାତ୍ରି ପାଳିତ ହୋଇଯାଇଛି । ସକାଳୁ ନୀତିକାନ୍ତି ପରେ ମନ୍ଦିର ଦ୍ୱାର ଖୋଲାଯାଇଥିଲା । ଏହାପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ସନ୍ଧ୍ୟାରେ ବ୍ରତଧାରୀମାନେ ମନ୍ଦିର ଭିତରେ ଓ ବେଢାରେ ଜାଗର ଜାଳିଥିଲେ । ତେବେ କରୋନା କଟକଣା ଯୋଗୁଁ ମନ୍ଦିର ଭିତରେ ଓ ବେଢାରେ ବ୍ରତାଧାରୀ ଓ ଭକ୍ତଙ୍କୁ ରହିବାକୁ ବାରଣ କରାଯାଇଥିଲା । ଐତିହାସିକ ଚାରିଶମ୍ଭୁ ମନ୍ଦିର ଭାରତ ପ୍ରତ୍ନତତ୍ୱ ଅଧୀନରେ ଥିବାରୁ ଏଠାରେ କୋଭିଡ ନିୟମକୁ କଡାକଡି ପାଳନ କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ ମିଳିଥିବା ସୂଚନା ଅନୁଯାୟୀ ରାତି ୮ଟାରେ ମନ୍ଦିର ପରିସରରେ ଥିବା ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯିବାରୁ ଦୂରଦୂରାନ୍ତରୁ ଆସିଥିବା କିଛି ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଜହ୍ନାପଙ୍କ ଫାଣ୍ଡି ପୋଲିସ ସୁବାଷ ଚନ୍ଦ୍ର ମିଶ୍ର କୋଭିଡ କଟକଣାକୁ କିପରି ଭକ୍ତ ଓ ମନ୍ଦିର ପରିଚାଳନା କମିଟି ମଣିବେ ସେଥିପ୍ରତି କଡା ନଜର ରଖିଥିଲେ । ଅଂଚଳର ଦମଡୋରପୁର ଓ ଚଣ୍ଡିଗଡ଼ ଶୈବପୀଠରେ କୋଭିଡ କଟକଣାକୁ ନମାନି ଅଷ୍ଟପ୍ରହର ନାମଯଜ୍ଞ ହେଉଥିବା ପୋଲିସ ଖବରପାଇ ବନ୍ଦ କରିଥିବା ଜଣାପଡ଼ିଛି । ଚାରିଶମ୍ଭୁ ପୀଠରେ ଶୁକ୍ରବାର ଭୋର ୪ ଟାରେ ମହାଦୀପ ଉଠିଥିବା ପୂଜକ ମନୋଜ ଗୁରୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + twenty =