ଯୁବ ରେଡକ୍ରସ ତରଫରୁ ସହାୟତା

0 195

ବୌଦ୍ଧ,୧୬/୫ – ବୌଦ୍ଧଜିଲ୍ଲା ଯୁବ ରେଡକ୍ରସ ତରଫରୁ ଆଜି ବୌଦ୍ଧବ୍ଲକର ବିଭିନ୍ନ ଗ୍ରାମରେ କରୋନା ମହାମାରୀର ସଚେତନତା ସହ ଅତି ଗରିବ କୋଭିଡ ରୋଗୀଙ୍କ ପାଖରେ ରେଡକ୍ରସର ସହାୟତା ପହଞ୍ଚାଯାଉଛି । ମୁଣ୍ଡାପଡା ପଞ୍ଚାୟତ ଖମାରିପଡା ଗ୍ରାମର ୨୮ଜଣ, ଆମ୍ବଝରୀ ପଞ୍ଚାୟତ ଝାଙ୍କରପଡା ଗ୍ରାମର ୨୪ଜଣ ରୋଗୀଙ୍କୁ ସାବୁନ, ତେଲ, ବ୍ଲସ, ପେଷ୍ଟ, ମାସ୍କ ଇତ୍ୟାଦି ବଣ୍ଟନ କରାଯାଇଛି । ବୌଦ୍ଧଜିଲ୍ଲା ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ରେଡକ୍ରସର ସ୍ୱେଚ୍ଛାସେବୀମାନେ କରୋନାକୁ ମୁକାବିଲା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ବାରମ୍ବାର ସାବୁନରେ ହାତ ଧୋଇବା ନେଇ ପ୍ରଚାରପତ୍ର ଓ ପୋଷ୍ଟର ମାଧ୍ୟମରେ ସଚେତନତା ସୃଷ୍ଟି କରିବାସହ ବୌଦ୍ଧବ୍ଲକର ପାଖାପାଖି ୧୫ଟି ଗ୍ରାମରେ ମାସ୍କ ବଣ୍ଟନ କରିଥିଲେ । କରୋନା ରୋଗୀଙ୍କ ପାଇଁ ତିଆରି ହୋଇଥିବା ଗାଇଡଲାଇନ ଲିଫଲେଟ ସମସ୍ତଙ୍କୁ ବଣ୍ଟା ଯାଇଥିଲା ଏବଂ ଗୃହ ପୃଥକ ବାସରେ ଥିବା ପରିବାର ବର୍ଗଙ୍କ ପାଇଁ ମଧ୍ୟ ମାର୍ଗଦର୍ଶିକା ସେମାନଙ୍କ ପରିବାର ବର୍ଗକୁ ପ୍ରଦାନ କରାଯିବା ସହ ସେମାନେ ତାଙ୍କୁ କିପରି ସେବା ଯୋଗାଇ ଦେବେ ସେ ଉପରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ବିଦ୍ୟାଧର ସ୍ୱାଇଁ, ନାଏବ ସରପଞ୍ଚ ବୀରେନ୍ଦ୍ର ଝାଙ୍କର, ଆଶାକର୍ମୀ ମିନାକ୍ଷୀ ରାଜହଂସ ଏବଂ ଆମ୍ବଝରୀ ପଞ୍ଚାୟତର ରିଙ୍କି ଗିରି, ଆଶାକର୍ମୀ ମିଲି ପ୍ରଧାନ, ରଞ୍ଜିତ ଗିରି ପ୍ରମୁଖ ସହଯୋଗ କରିଥିଲେ । ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ ଏସବୁ ଗ୍ରାମକୁ ପହଞ୍ଚିବା ପାଇଁ ଯାନର ବ୍ୟବସ୍ଥା କରିଥିବାବେଳେ ସ୍ୱେଚ୍ଛାସେବୀ ସୁଶୀଳ ବାରିକ, ଆଦିତ୍ୟ ମେହେର, ଅମିତ ପ୍ରଧାନ, ପ୍ରମୋଦ ସାହୁ, ସୁଦାମ ନାଏକ, ଅମନ ମହାପାତ୍ର ରୋଗୀଙ୍କ ପରିବାରକୁ ସାମଗ୍ରୀ ପ୍ରଦାନରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 5 =