ବଲାସିଙ୍ଗାର ୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ

0 884

ବୌଦ୍ଧ,୧୩/୮ – ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଂଚାୟତ ବଲାସିଙ୍ଗା ଗ୍ରାମରୁ ଗତ ୬ ତାରିଖରେ ୩ ଜଣଙ୍କ ସ୍ୱାବରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସମସ୍ତ ତିନି ଜଣ ଆକ୍ରାନ୍ତଙ୍କୁ ତହିଁ ପର ଦିନ ଅର୍ଥାତ୍‌ ୭ ତାରିଖ ସକାଳେ କୋଭିଡ ହେଲଥ ସେଣ୍ଟରକୁ ଅଣାଯାଇଥିଲା । ସେମାନେ ସେଠାରେ ଚିକିତ୍ସା ହେବା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ସେଥିପାଇଁ ଆତ୍ମୀୟ ସ୍ୱଜନ, ପରିବାର ଓ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିବା ଖୁସିବ୍ୟକ୍ତ କରିଛନ୍ତି । କରୋନାକୁ ଡରିବାର ନାହିଁ କେବଳ ସତର୍କତା ଓ ସଚେତନତା ଦରକାର ବୋଲି ସୁସ୍ଥ ହୋଇ ଫେରିଥିବା ଆକ୍ରାନ୍ତ ମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =