ଉମା ସମବାୟ ସମିତିରେ ରବି ଧାନ କ୍ରୟ ଶୁଭାରମ୍ଭ

0 763

ବୌଦ୍ଧ,୨୫/୫ – ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଉମା ସେବା ସମବାୟ ସମିତିର ଧାନମଣ୍ଡିରେ ଚଳିତବର୍ଷର ରବି ଧାନ କ୍ରୟ ଶୁଭାରମ୍ଭ ହୋଇଛି । ଏ ଅବସରରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ବୌଦ୍ଧ ମଙ୍ଗଳ ସୋରେନ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ପ୍ରଧାନ, ସମିତି ଦାୟିତ୍ୱରେ ଥିବା ପ୍ରଶାସକ ଗୁରୁ ଚରଣ ଦାଶ, ଭାରପ୍ରାପ୍ତ ସମ୍ପାଦକ କର୍ଣ୍ଣ ରଣା ଓ ଚାଷୀମାନେ ଉପସ୍ଥିତ ଥିଲେ । ଆଜି ପ୍ରଥମ ଦିନରେ ଚାଷୀ ନିତ୍ୟାନନ୍ଦ ବାଘ, ପୀତବାସ ରଣା ଓ ରାଜ କିଶୋର ମନହିରାଙ୍କା ଠାରୁ ମୋଟ୍‌ ୧୪୧ କୁଇଣ୍ଟାଲ ୬୦ କିଲୋଗ୍ରାମ ଧାନ କ୍ରୟ କରାଯାଇଥିଲା । ପୁରୁଣା କଟକ ରାଣୀସତୀ ରାଇସ ମିଲ ସମସ୍ତ ଧାନ ଉଠାଇଥିଲା । ଉମା ସମବାୟ ସମିତିରେ ୧୪୧ ଜଣ ଚାଷୀ ରବି ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରିଛନ୍ତି । ସପ୍ତାହର ପ୍ରତ୍ୟେକ ସୋମବାର, ମଙ୍ଗଳବାର ଓ ବୁଧବାର ଧାନ କିଣାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ସମ୍ପାଦକ କର୍ଣ୍ଣ ରଣା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

8 + 15 =