ବୌଦ୍ଧ,୮/୧୨ -ସୋମବାର ବୌଦ୍ଧ ବ୍ଲକ୍ ବହିରା ସେବା ସମବାୟ ସମିତି ତରଫରୁ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ କରାଯାଇଥିବା ଜଣାପଡିଛି । ଏ ଅବସରରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଯୋଗଦେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ପୂର୍ବତନ ସମିତି ସଭାପତି ପୟୋଧର ମହାକୁଡ, ସମ୍ପାଦକ ପ୍ରଦୀପ ପାତ୍ର, କର୍ମଚାରୀ ରାଜୀବ ଲୋଚନ ସାହୁ, ମଣ୍ଡି ପରିଚାଳନା କମିଟି ସଦସ୍ୟ ସୁଶାନ୍ତ ବାଘ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ଟୋକନ ପାଇଥିବା ୨୪ ଜଣ ଚାଷୀଙ୍କ ଠାରୁ ୯୮୯.୫୫ କ୍ୱିଣ୍ଟାଲ୍ ଧାନ ରାଣୀସତୀ ପେଡି ରାଇସ ମିଲ ୪ ଗୋଟି ଟ୍ରକରେ ନେଇଥିବା ଜଣାପଡିଛି ।