ବିବାହ ପାଇଁ ୨୦୦ ଓ ମୃତ କର୍ମପାଇଁ ୫୦ ଜଣଙ୍କ ଉପସ୍ଥିତିକୁ ମିଳିବ ଅନୁମତି

0 1,359

ବୌଦ୍ଧ,୧୨/୧୨ – ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତକାଲି ଦେଇଥିବା ଆଦେଶ ଅନୁସାରେ ବୌଦ୍ଧ ଜିଲ୍ଲାରେ ବିବାହ ଆଦି ସାମାଜିକ ଉତ୍ସବ ମାନଙ୍କରେ ୨୦୦ ଜଣ ଓ ମୃତ କର୍ମ ଆଦିରେ ୫୦ ଜଣଙ୍କ ମଧ୍ୟରେ ଉପସ୍ଥିତି ପାଇଁ ଅନୁମତି ମିଳିବ । କୋଭିଡ୍‌ କଟକଣା ବଳବତ୍ତର ଥିବା ହେତୁ ବଡ଼ ଧରଣର ରାଜନୀତିକ, ସାଂସ୍କୃତିକ, ଧାର୍ମିକ ଓ ମନୋରଞ୍ଜନଧର୍ମୀ ମେଳା, ମହୋତ୍ସବ ଭଳି କାର୍ଯ୍ୟକ୍ରମର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କ୍ଲବ୍‌ ଓ ପାର୍ଟି ଆୟୋଜନ ପାଇଁ ମଧ୍ୟ ଜିଲ୍ଲାପାଳଙ୍କ ନୂତନ ଆଦେଶରେ ବାରଣ ରହିଛି । ସମସ୍ତେ ମାସ୍କ ପିନ୍ଧିବା ଓ ୬ ଫୁଟ୍‌ ବ୍ୟବଧାନର ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି । ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ସର୍ବ ସାଧାରଣ ସ୍ଥାନରେ ମଦ୍ୟପାନ କରିବା, ଗୁଟଖା ଖାଇବା ଓ ଛେପ ପକାଇବା ଅପରାଧିକ କାର୍ଯ୍ୟ ଭାବରେ ବିବେଚନା କରାଯିବ । ଏଥିରେ କୌଣସି ବ୍ୟକ୍ତି ଖିଲାପ କଲେ କୋଭିଡ୍‌ ଆଇନ୍‌ ଓ ଆଈ.ପି.ସି ର ଧାରା ୧୮୮ ଅନୁଯାୟୀ ଅର୍ଥ ଦଣ୍ଡ ଓ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯିବ । ଏ ସମସ୍ତ କାର୍ଯ୍ୟ ତଦାରଖ ପାଇଁ ପ୍ରତ୍ୟେକ ତହସିଲର ତହସିଲଦାର, ବିଡିଓ, ଏନ.ଏ.ସି. ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ କ୍ଷମତାପ୍ରାପ୍ତ କରାଯାଇଥିବା ଜଣାପଡିଛି । ସମସ୍ତେ କୋଭିଡ୍‌ ନିୟମ୍‌ ମାନି ରୁହନ୍ତୁ ଓ ସୁସ୍ଥ ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen + 19 =