ବୌଦ୍ଧଜିଲ୍ଲାରେ ଆରମ୍ଭ ହେଲା ଶ୍ରମିକମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା

0 349

ବୌଦ୍ଧ,୨୬/୬- ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେଲା ଶ୍ରମିକମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା । ଆଜି ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ଓ ଜିଲ୍ଲା ଟୀକାକରଣ ଅଧିକାରୀ ଡା. ଭଞ୍ଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମଙ୍କ ଉପସ୍ଥିତିରେ ଏହି ଟୀକାକରଣ କରାଯାଇଥିଲା । କରୋନା ମହାମାରୀର ଦ୍ୱିତୀୟ ଲହରୀ ସମୟରେ କରୋନା ପ୍ରତିରୋଧକ ଟୀକାକରଣ ପାଇଁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଥିବାବେଳେ ଏପଟେ ପ୍ରବଳ ଭିଡ ଭିତରେ ଜିଲ୍ଳାର ବିଭିନ୍ନ ଅଞ୍ଚଳର ଦିନ ମଜୁରିଆ, ଖଟିଖିଆ ଶ୍ରମିକମାନେ ମଜୁରିକରି ପରିବାର ପୋଷଣ ପାଇଁ କାର୍ଯ୍ୟବ୍ୟସ୍ତ ଯୋଗୁଁ ଟୀକାନେବାରୁ ବଞ୍ଚିତ ହେଉଥିବା ବେଳେ ତାଙ୍କର ହିତଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଜି ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ତ୍ୱାବଧାନରେ ବୌଦ୍ଧ-ମର୍ଜାକୁଦ ନିର୍ମାଣାଧୀନ ବ୍ରିଜ଼ ନିକଟରେ ଆଜି ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିଲା ।

hiring

ଏହି ଟୀକା ପାଇଁ ଯେପରି ଜିଲ୍ଳାର ସମସ୍ତ କୋଣ ଅନୁକୋଣର କୌଣସି ବ୍ୟକ୍ତି ଯେପରି ବାଦ ନ ପଡିବେ ସେଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ଜିଲ୍ଲା ଟୀକାକରଣ ଅଧିକାରୀ ଡା. ରାମଚନ୍ଦ୍ର ଦେଓ ହେମ୍ରମ ।

hiranchal ad1
Leave A Reply

Your email address will not be published.

4 × five =