ମାହେଶ୍ୱରୀ ପଡିଆରେ ଅଷ୍ଟପ୍ରହର ନାମଯଜ୍ଞ ଆରମ୍ଭ

0 845

ବୌଦ୍ଧ,୨୦/୧- କଣ୍ଟାମାଳ ବ୍ଲକ ଦପଲା ଗ୍ରାମ ପଞ୍ଚାୟତ ବଉଳସିଙ୍ଗା ଗ୍ରାମରେ ଥିବା ମା ମାହେଶ୍ୱରୀ ଦେବୀଙ୍କ ମନ୍ଦିର ନିକଟ ପଡିଆରେ ମା ମାହେଶ୍ୱରୀ କମିଟି ଓ ଗ୍ରାମବାସୀ ମାନଙ୍କ ତରଫରୁ ଅଷ୍ଟପ୍ରହର ନାମଯଜ୍ଞ ଆଜି ଆରମ୍ଭ ହୋଇଯାଇଛି । ପାଖ ଆଖ ଅଂଚଳର ବହୁ ସଂଖ୍ୟାରେ ସଂକୀର୍ତ୍ତନ୍ୟ ଦଳକୁ ନିମନ୍ତ୍ରଣ କରା ଯାଇଥିବା କମିଟି ସୂତ୍ରରୁ ପ୍ରକାଶ । ମଙ୍ଗଳବାରଦିନ ଅଧିବାସ ହେବା ପରେ ଆଜି ସକାଳୁ ନାମଯଜ୍ଞ ଆରମ୍ଭ କରାଯାଇଥିବା ଜଣାପଡିଛି । ପୂଜକ ଗୋପାଳ କଲତା ଓ ସହଯୋଗୀ ଗୌରାଙ୍ଗ କଲତା ସହଯୋଗ କରୁଥିବାବେଳେ ଶ୍ରୀଶ୍ରୀ ଜଗନ୍ନାଥ ଦାସ ଖାରୁଆ ବାବା ଶାନ୍ତି ମଠ, ଗୁନା ପଥରର ଶ୍ରୀ ସୁରେନ୍ଦ୍ର ଦାସଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଚାଲିଛି । କର୍ତ୍ତାଭାବେ ସ୍ୱାଧୀନ ପ୍ରଧାନ ଓ ସୁକାନ୍ତି ପ୍ରଧାନ ରହିଛନ୍ତି । ଆସନ୍ତାକାଲି ପୂର୍ଣ୍ଣାହୁତି ଓ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇ ଉଦଯାପନ ହେବ ।

hiranchal ad1
Leave A Reply

Your email address will not be published.

15 − 3 =