ବୌଦ୍ଧ: ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

0 1,314

ବୌଦ୍ଧ,୨୬/୧:- ସ୍ଥାନୀୟ ପ୍ୟାରେଡ ପଡିଆଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନ୍‌.ସି ଜ୍ୟୋତିରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର ଏହି ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ଆମେ ଆଜି ଯାହାଙ୍କ ବଳିଦାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ ସେମାନଙ୍କୁ ସ୍ମରଣ କରିବା ଓ ସେମାନଙ୍କ ବଳିଦାନକୁ ମନେପକାଇବା । ପ୍ୟାରେଡକୁ ରିଜର୍ଭ ଇନିସପେକ୍ଟର ରାଜୀବ ଲୋଚନ ସେଠ୍‌ ପରିଚାଳନା କରିଥିଲେ । କୋଭିଡ କଟକଣା ଯୋଗୁଁ ଆଜିର ଏହି ଉତ୍ସବରେ କେବଳ ପୁଲିସର ୪ ପ୍ଲାଟୁନ ଫୋର୍ସ ପ୍ୟାରେଡ ପ୍ରଦର୍ଶନ କରିଥିଲେ । ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

hiring

ଏହି ଅବସରରେ କଣ୍ଟାମାଳର ଜଣେ ଚିତ୍ରକଳା ଶିଳ୍ପୀ ଜିଲ୍ଲାପାଳଙ୍କ ଫଟୋଚିତ୍ର ଆଙ୍କି ପ୍ରଦାନ କରିଥିଲେ । ପ୍ରତ୍ୟୁଷରୁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବୌଦ୍ଧ ଏନଏସି ଅଞ୍ଚଳରେ ରାମଧୂନ ପ୍ରଚାରଗାଡି ବୁଲିଥିଲା । ସକାଳ ୭ଟାରେ ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସହରର ଗାନ୍ଧୀଛକରେ ଥିବା ମହାତ୍ମାଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ ଓ ଉକ୍ରଳ ଗୌରବ ମଧୁସୂଦନ, ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ରକ୍ତ ଭଣ୍ଡାରରେ ରକ୍ତଦାତ୍ତା ପ୍ରବର୍ତ୍ତକ ସଂଘ, ଜିଲ୍ଲା ରେଡକ୍ରସ ସଂଗଠନ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

10 + 19 =