ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

0 376

ବୌଦ୍ଧ/ ହରଭଙ୍ଗା,୨୨/୯ – ଲୋକଙ୍କ ଖାଦ୍ୟ ସୁରକ୍ଷା ଅଧିକାରକୁ ନେଇ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍‌ ପକ୍ଷରୁ ପୃଥକ୍‌ ପୃଥକ୍‌ ପୁଷ୍ଟିକର ଖାଦ୍ୟ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତକାଲି ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ବ୍ଲକ୍‌ ବଘିଆପଡା ଗ୍ରାମ ପଂଚାୟତ ରେଙ୍ଗାଲି ଗ୍ରାମରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ସଭାପତି ମମତା ମଲ୍ଲିକ ଓ ବ୍ଲକ୍‌ ସଂଯୋଜକ ନିରଞ୍ଜନ ବିଶି ଉପସ୍ଥିତ ଥିବା ବେଳେ ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଗ୍ରାମ ପଂଚାୟତ ଖଣ୍ଡହତା ଗ୍ରାମରେ ହୋଇଥିବା କାର୍ଯ୍ୟକ୍ରମରେ ଉପ ସଭାପତି ବ୍ରହ୍ମାନନ୍ଦ ମହାକୁଡ ଓ ବ୍ଲକ୍‌ ସଂଯୋଜକ ଅଶୋକ ନାଏକ, ଜନସାଥି କୁଶ ମହାକୁଡ ଓ ସଭ୍ୟ ପ୍ରଶାନ୍ତ ଦେହୁରୀ ଉପସ୍ଥିତ ଥିଲେ ।

hiring

ଏକତା ମଞ୍ଚର ମୁଖ୍ୟ ଦାବି ମଧ୍ୟରେ କୋଭିଡ ସମୟରେରେ ଦିଆଯାଉଥିବା ଡାଲିକୁ ବନ୍ଦ କରାନଯିବା, ଖାଦ୍ୟ ସୁରକ୍ଷା ଆଇନରେ ନିୟମିତ ଭାବରେ ପ୍ରତ୍ୟେକ ରାସନ କାର୍ଡରେ ମାସକୁ ୨କିଗ୍ରା ଡାଲି ୧୦ ଟଙ୍କା ଦରରେ ଯୋଗାଇଦେବା, ୧ କିଗ୍ରା ଖାଇବା ତେଲ ୧୦ଟଙ୍କା ଦରରେ ପ୍ରଦାନ କରିବା ଆୟୋଡିନ ଯୁକ୍ତ ଲୁଣ ମାଗଣାରେ ଯୋଗାଇ ଦେବା ଅନ୍ତର୍ଭୁକ୍ତ । ଏ ସମ୍ପର୍କରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପୋଷ୍ଟ ମାଧ୍ୟମରେ ପଠାଯାଇଥିବା ସୂଚନା ମିଳିଛି । କଣ୍ଟାମାଳ ବ୍ଲକରେ ମଧ୍ୟ ଏ କାର୍ଯ୍ୟକ୍ରମରେ ଶୁଭାରମ୍ଭ ହୋଇଯାଇଅଛି ବୋଲି ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × 5 =