ଗଙ୍ଗାଧର ସ୍ୱେଚ୍ଛାସେବୀ ସମିତିଦ୍ୱାରା କରୋନା ରୋଗୀଙ୍କ ଦାହସଂସ୍କାର

0 970

ବୌଦ୍ଧ,୫/୧୧ – ଆଜି ବୌଦ୍ଧ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜିତେନ୍ଦ୍ରିୟ ପ୍ରଧାନ ୫୯ ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ଖବର ଅତିରିକ୍ତ ଜିଲ୍ଲାପାଳ ଏନ ସି ଜ୍ୟୋତିିରଞ୍ଜନ ନାୟକ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧକୁ ଜଣାଇବା ପରେ ସଂଗଠନ ତରଫରୁ ତାଙ୍କର ଶବ ସକ୍ରାର କରାଯାଇଛି । ଏହି ଦାହ ସଂସ୍କାରରେ ଅନୁଷ୍ଠାନର ରାମଚନ୍ଦ୍ର ମେହେର , ବିକାଶ ମେହେର , ଇନ୍ଦ୍ରମଣି ମେହେର ଓ ମିନୁପ୍ରସାଦ ମିଶ୍ର ପ୍ରଶାସନର ସହଯୋଗରେ ବୌଦ୍ଧ ରାଜଘାଟରେ ଶବଟିକୁ ସତ୍କାର କରିଥିଲେ । ମୃତକଙ୍କ ବଡ଼ପୁଅ ମୁଖାଗ୍ନି ଦେଇଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଙ୍ଗାଧର ମେହେର ପୂର୍ବରୁ ମଧ୍ୟ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ଦାହସଂସ୍କାର କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

17 + 9 =