ଚିଲାଖଣ୍ଡି ପୋଲ ନିକଟରେ ରାସ୍ତା ତଳକୁ ଖସିଲା କାର୍‌,୨ ଆହତ

0 1,348

ବୌଦ୍ଧ,୮/୧- ଜାତୀୟ ରାଜପଥ ନମ୍ବର ୫୭ର ହରେକୃଷ୍ଣପୁର ନିକଟ ଚିଲାଖଣ୍ଡି ପୋଲ ନିକଟରେ ଗତ ରାତି ପ୍ରାୟ ୮ ଘଣ୍ଟା ସମୟରେ ଗୋଟିଏ କାର୍‌ ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ୍‌ ତଳକୁ ଖସିପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୮ ଘଣ୍ଟା ସମୟରେ ଚାରିଛକ ପଟୁ ବୌଦ୍ଧଆଡକୁ ଆସୁଥିବା ଏକ କାର୍‌ ଓଡି ୧୫ଏନ୨୪୪୪ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । କାର୍‌ରେ ଥିବା ଜଣେ ଯାତ୍ରୀ ଓ ଚାଳକ ଆହତ ହୋଇଥିଲେ । ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନୂତନ ପୋଲ ଉପରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ପୁରୁଣା ପୋଲ ରାସ୍ତାକୁ ମାଟି ହମ୍ପସ୍‌ ଦେଇ ରୋକାଯାଇଛି । ବିନା ସୁଚନା ଫଳକରେ ଏଭଳି କରାଯାଇଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ସୂଚନା ଫଳକ ନଥିବାହେତୁ ରାତିରେ ହମ୍ପସକୁ ଠଉରେଇ ନପାରି ଗାଡିଟି ପୁରୁଣା ପୋଲ ଦେଇ ଯିବାରୁ ପହଁଚିବା ପରେ ହଠାତ ସାମ୍ନାରେ ହମ୍ପସ ଦେଖି ଚାଳକ କାରଟିକୁ ବାମପଟକୁ କାଟିଦେବାରୁ ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୨୦ଫୁଟ ତଳକୁ ଖସିଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ବୌଦ୍ଧ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

nineteen − eleven =