ଅସଂପୂର୍ଣ୍ଣ ଡିଭାଇଡର ଯୋଗୁଁ ନିୟମିତ ଘଟୁଛି ଦୁର୍ଘଟଣା

0 1,934

ବୌଦ୍ଧ,୫/୨- ବୌଦ୍ଧସହର ଏନ.ଏ.ସି. ଛକଠାରୁ ଜାମୁଛକ ଯାଏଁ ଜାତୀୟ ରାଜପଥ ନମ୍ବର ୫୭ର ରାସ୍ତାକୁ ଦୁଇ ପାଖିଆ ରାସ୍ତା କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କାମ ମଧ୍ୟ ଉଣା ଅଧିକେ ସରିଯାଇଛି ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗତ ଜାନୁଆରୀ ୨ ତାରିଖରେ ଜିଲ୍ଲା ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇସାରିଛି । ଜାମୁ ଛକ ନିକଟରୁ ରାଜନପାଲି ଛକ ପାଖ ଯାଏଁ ରାସ୍ତା ମଝିରେ ଡିଭାଇଡର ଦିଆଯାଇଛି ଓ ରାଜନପାଲି ଛକ ପାଖରୁ ଏନ.ଏ.ସି. ଛକ ପର୍ଯ୍ୟନ୍ତ ଖୋଲା ରଖାଯାଇଛି । ଜାତୀୟ ରାଜପଥ ନମ୍ବର ୫୭ରେ ଯାଉଥିବା ଗାଡି ଗୁଡିକ ଅଧା ରାସ୍ତାରେ ଡିଭାଇଡର ଦିଆଯାଇଥିବା ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାରେ ଜୀବନ ମଧ୍ୟ ଚାଲିଯାଇଛି । ଶେଷ ମୁହୂର୍ତ୍ତରେ ରାସ୍ତାର ଡିଜାଇନ ପରିବର୍ତ୍ତନ କରି ଡିଭାଇଡର ଦିଆନଯିବା ଯୋଗୁଁ ଉଦଘାଟନର ମାସକ ମଧ୍ୟରେ ଛୋଟ ବଡ ୧୦ ରୁ ଅଧିକ ଦୁର୍ଘଟଣା ଘଟି ସାରିଥିବା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ବୌଦ୍ଧଠାରୁ ବୁଟୁପାଲି ଆଡକୁ ଆସୁଥିବା ଏକ ଟ୍ରକ ଡିଭାଇଡର ଉପରେ ପ୍ରାୟ ୫୦ ଫୁଟ୍‌ ଚଢି ଯାଇଥିଲା । ଡିଭାଇଡର କାର୍ଯ୍ୟ ସଂପୂର୍ଣ୍ଣ କରାନଯିବା ହେତୁ ଜନସାଧାରଣରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରଶାସନ ତୁରନ୍ତ ଏ କାର୍ଯ୍ୟ ସଂପୂର୍ଣ୍ଣ କରାଇବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 × one =