ଆଜି ସମ୍ବଲପୁରରେ ନୂଆ ୩୫ଜଣ ପଜିଟିଭ ଚିହ୍ନଟ କରୋନା ସ୍ଥିତିରେ କ୍ରମଶଃ ଉନ୍ନତି ଯୋଗୁଁ ଲୋକେ ଆଶ୍ୱସ୍ତ

0 91

ସମ୍ବଲପୁର,୧୭/୧୦- ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି କ୍ରମଶଃ ଉନ୍ନତି ଆଡକୁ ଗତି କରୁଥିବାରୁ ଏବର୍ଷ ପାର୍ବଣ ପର୍ବ କିଛିଟା ହସିଖୁସିରେ କଟିବ ବୋଲି ଜନସାଧାରଣ ଆଶାୟୀ ହେଉଛନ୍ତି । ଗତକାଲି ଠାରୁ ମଳମାସ ଶେଷହେଲା ଓ ଆଜିଠାରୁ ନବରାତ୍ର ଆରମ୍ଭ ଏଣୁ ଏହି ଖବରକୁ ଲୋକେ ସକାରାତ୍ମକ ଭାବେ ଗ୍ରହଣ କରୁଛନ୍ତି । କିନ୍ତୁ ପ୍ରଶାସନର ମୁଣ୍ଡବ୍ୟଥା ଏପର୍ଯ୍ୟନ୍ତ ଅବ୍ୟାହତ ରହିଛି କାହିଁକି ନା କିଛି କିଛି ସ୍ଥାନରେ କରୋନା ସଂକ୍ରମଣ ଏବେସୁଦ୍ଧା ତାହାର ପ୍ରକୋପ ଦେଖାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଅଧିକ ସଂକ୍ରମଣ ଆଶଙ୍କା ଥିବା ୪୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ତଥା ୭ଟି ଅଞ୍ଚଳରେ ନିଷେଧାଦେଶ ଧାରା ୧୪୪ ଲାଗୁ କରାଯାଇଛି । ଏହି ଅଞ୍ଚଳଗୁଡିକର ଯିବାଆସିବା ବାଟ ସିଲ କରାଯିବା ସହିତ ଏହାର ୧୦୦ ମିଟର ପରିଧି ମଧ୍ୟରେ କାହାକୁ ପ୍ରବେଶ କରିବା ଅନୁମତି ଦିଆ ଯାଉନାହିଁ । ଗତକାଲି କରୋନା ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଛି, କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ନିଜ ପରିସଂଖ୍ୟାନରେ ଗଣନା କରୁନାହାନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଲୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ୩୭ ଜଣଙ୍କୁ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୬୯ରେ ପହଞ୍ଚି ଯାଇଛି । ଏମାନଙ୍କ ମଧ୍ୟରୁ ୨୫ଜଣଙ୍କ ମୃତ୍ୟୁ ପରେ ୬୫୨୩ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ବାକି ସକ୍ରିୟ ରହିଥିବା ୯୨୧ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

18 + nineteen =