ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ଆଜି ପୁଣି ଗଞ୍ଜେଇକ୍ଲିନ ଅଭିଯାନ ନଷ୍ଟ କରାଗଲା ୫୪ ଏକର ଜମିର ଗଞ୍ଜେଇଗଛ

0 179

ବୌଦ୍ଧ,୨୫/୧୧: ଆଜି ପୁଣି ଅବକାରୀ ବିଭାଗ ଓ ଅନ୍ୟାନ୍ୟ ବିଭାଗର ସହାୟତାରେ ନଷ୍ଟ ହେଲା ୫୪ ଏକର ବେଆଇନ୍‌ ଗଞ୍ଜେଇ ଗଛ । ବୌଦ୍ଧବ୍ଲକ ବ୍ରାହ୍ମଣପାଲି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗର ସହାୟତାରେ ଅବକାରୀ ବିଭାଗର ଟିମ ଚଢଉକରି ୫୪ ଏକର ଜମିରେ ଚାଷ କରାଯାଇଥିବା ୧ଲକ୍ଷ ୬୨ହଜାର ଗଞ୍ଜେଇ ଗଛ ସବୁ କାଟି ନିଆଁଲଗାଇ ପୋଡି ଦେଇଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୬ କୋଟି ୨୦ଲକ୍ଷ ହେବ ବୋଲି ବିଭାଗ ତରଫରୁ କୁହାଯାଇଛି ।

hiring

ଆଜିର ଏହି ଚଢାଉ ଅଭିଯାନରେ ଅବକାରୀ ଇନିସପେକ୍ଟର ବିଜୟ କୁମାର ଧରୁଆ, ମନମୁଣ୍ଡା ଅବକାରୀବିଭାଗ ଭାରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ହରଭଙ୍ଗା ଭାରପ୍ରାପ୍ତ ଅଧିକାରୀ ସୀମା କିରଣ , ଏଏସଆଇ ରୂପେଶ ମୁଖୀ, କନେଷ୍ଟବଳ ଏସ.କେ ଅବତାର, ପି. କହଁର, ଅଞ୍ଜଳି ଅମାତ ପ୍ରମୁଖ ସାମିଲଥିଲେ । ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ତ୍ରିଦେବ ରଥ ଦାୟିତ୍ୱ ତୁଲାଇ ଥିଲେ । ଏହି ଅଭିଯାନ ଆଗାମୀ ଦିନରେ ଜାରି ରହିବ ବୋଲି ଅବକାରୀବିଭାଗ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

thirteen − 5 =