ଯୁବ ସମାଜସେବୀ ଇଂ ରାକେଶ ତ୍ରିପାଠୀଙ୍କ କୋଭିଡ ସଚେତନତାକୁ ପ୍ରଶଂସା

0 782

ବୌଦ୍ଧ,୩/୬– ବୌଦ୍ଧର ବାଉଁଶୁଣୀ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ କୋଭିଡ ପରୀକ୍ଷଣ ପାଇଁ ସଚେତନ କରିବାସହ ଆବଶ୍ୟକ ପରାମର୍ଶ ଯୋଗାଇ ଦେଉଛନ୍ତି ସମାଜସେବୀ ଇଂ ରାକେଶ ତ୍ରିପାଠୀ । ତାଙ୍କ ନେତୃତ୍ୱରେ ବାଉଁଶୁଣୀ ଯୁବ ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗର ହାତବଢାଇ ଘରକୁ ଘର ଯାଇ କରୋନା ପୀଡିତଙ୍କୁ ଆବଶ୍ୟକ ସହାୟତା ଓ ମନୋବଳ ବଢା଼ଉଥିବା ମଧ୍ୟ ଦେଖିବାକୁ ମିଳିଛି । ୧୫ ଦିନ ମଧ୍ୟରେ ବାଉଁଶୁଣୀ ଅଞ୍ଚଳରେ ଯୁବ ସ୍ୱେଚ୍ଛାସେବୀ ଓ ସି.ଏଚ.ସି.ର ମିଳିତ ଉଦ୍ୟମରେ ଚାରୋଟି କରୋନା ପରୀକ୍ଷଣ ଶିବିରରେ ପ୍ରାୟ ୮୦୦ ଜଣଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷାପାଇଁ ପଠାଯାଇଛି ।

hiring

ଇଂ ତ୍ରିପାଠୀଙ୍କ ଏଭଳି ସେବାକୁ ସାଧାରଣରେ ପ୍ରଶଂସା କରିବା ସହିତ ତାଙ୍କ ଇଞ୍ଜିନିୟର ସାଥୀମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । କୋଭିଡ ବିରୁଦ୍ଧରେ ଲଢେଇପାଇଁ ଇଂ ତ୍ରିପାଠୀଙ୍କ ବନ୍ଧୁ ବାଙ୍ଗଲୋରର ଇଂ ତାପସ ଦିକ୍ଷୀତ, ଗୁରଗାଓଁ ହରିଆନାର ଇଂ ଅନେଶ୍ୱର ନାୟକ, ନିଟ୍‌ ରାଉରକେଲାର ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ ଦାସ ପ୍ରମୁଖ ୧୦ହଜାର ଟଙ୍କା ସହିତ ୫ଟି ଅକ୍ସିମିଟର, ଥର୍ମାଲ ଚେକିଂ ପାଇଁ ଆବଶ୍ୟକ ଉପକରଣ ଥର୍ମୋସେଫ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + fourteen =