୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ୨ ଘଣ୍ଟାରେ ସରିଗଲା ବୌଦ୍ଧ ସହରର ସ୍ଲଟ ବୁକିଙ୍ଗ

0 1,033

ବୌଦ୍ଧ,୬/୬- ଆଜି ଓଡିଶାର ୨୨ଟି ଜିଲ୍ଲାର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାପାଇଁ ସ୍ଲଟ ବୁକିଙ୍ଗ ଆରମ୍ଭ ହୋଇଛି । ଦୀର୍ଘଦିନରୁ ରେଜିଷ୍ଟ୍ରେସନ କରି ଏହି ଯୁବ ବର୍ଗ ଟିକାପାଇଁ ଅପେକ୍ଷା କରି ବସିଥିଲେ । ଗତକାଲି ରାତିରେ ଟିକା ମିଳିବାନେଇ ଘୋଷଣା ହେବାପରେ ଆଜି ସକାଳ ୧୦ଟାରେ ସ୍ଲଟ ବୁକିଙ୍ଗ ଆରମ୍ଭ ହୋଇଥିଲା । ମିଳିଥିବା ସୂଚନା ଅନୁ ଯାୟୀ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ (ସହର) ପାଇଁ ୭ତାରିଖ, ୮ତାରିଖ ଓ ୯ତାରିଖ ପାଇଁ ଯଥାକ୍ରମେ ୬ଶହ, ୭ଶହ ଏବଂ ୭ଶହ ଟିକାପାଇଁ ସ୍ଲଟ ବୁକିଙ୍ଗ ବ୍ୟବସ୍ଥା କରାଯାଇଥିଲା । ମଧ୍ୟାହ୍ନ ୧୨ଟା ସୁଦ୍ଧା ୨ଘଣ୍ଟା ମଧ୍ୟରେ ଏହି ସ୍ଲଟ ଶେଷ ହୋଇଗଲା । ବୌଦ୍ଧକୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୨ହଜାର ଟିକା ପ୍ରଥମ ପର୍ଯ୍ୟାୟରେ ମିଳିଛି । ସ୍ୱାସ୍ଥ୍ୟବିଭାଗ ତରଫରୁ ସୂଚନା ମିଳିଛି ଯେ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଟିକା ଆସିବ ଏବଂ ଅବଶିଷ୍ଟଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ସୂଚନା ଯୋଗ୍ୟ ଯେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଏହି ଟିକା ବୌଦ୍ଧ ଟାଉନହଲଠାରେ ଦିଆଯିବ ।

hiranchal ad1
Leave A Reply

Your email address will not be published.

two − two =