ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧ ଶାଖାର ସାଙ୍ଗଠାନିକ ବୈଠକ

0 238

ବୌଦ୍ଧ/ଜହ୍ନାପଙ୍କ,୩/୭- ବୌଦ୍ଧବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ଦୁଇ ଟାଙ୍ଗରଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ବୌଦ୍ଧଶାଖା ପକ୍ଷରୁ ଏକ ସାଙ୍ଗଠାନିକ ବୈଠକ ଡ୍ରାଇଭର ମହାସଂଘର ସଭାପତି ଶେଷଦେବ ମହାକୁଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ନବକୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ମୁଣ୍ଡପଡା କାର୍ଡର ସଂପାଦକ ଧର୍ମୁଧର ପୋଢ଼, ପଦ୍ମନପୁର ସରପଞ୍ଚ ପ୍ରତାପ କିଶୋର ପରିଡ଼ା ଯୋଗଦେଇ ଡ୍ରାଇଭର ମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପରେ କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ମାସ ଗାଡି ଚଳାଚଳ ବନ୍ଦଥିବା ଯୋଗୁଁ ତାଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିବା ମତବ୍ୟକ୍ତ କରିଥିଲେ । ସରକାର ବିଭିନ୍ନ ପ୍ରଜାତିର ଲୋକଙ୍କୁ ଆର୍ଥିକ ସହାୟତା କରୁଥିବାବେଳେ ଏମାନଙ୍କ ପ୍ରତି ବିମୁଖ ହେବାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଲୋଚନା କରିଥିଲେ । ତୁରନ୍ତ ଡ୍ରାଇଭର ମାନଙ୍କ ପରିବାରକୁ ମାସିକ ୨୦ ହଜାର ଟଙ୍କା ଓ ଦୁର୍ଘଟଣା ରେ ପ୍ରାଣ ହରାଉଥିବା ଡ୍ରାଇଭର ପରିବାରକୁ ମୃତ୍ୟୁ କାଳୀନବୀମା ୨୦ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ନିଶ୍ଚିତ ହୋଇଥିଲା । ଯଦି ସରକାର ଏହାକୁ ବିଚାର ନକରିବେ ତେବେ ଡ୍ରାଇଭରମାନେ ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏବଂ ଗାଡି ଚଳାଚଳ ସମୟରେ ଡ୍ରାଇଭର ଭାଇମାନେ କୌଣସି ମାଦକ ଦ୍ରବ୍ୟ ସେବନ ନକରିବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପିନ ବିହାରୀ ବ୍ରହ୍ମା, ସଂପାଦକ ସୁଜିତ କୁମାର ସ୍ୱାଇଁ, ସୁମନା ଆଲୋଟିଆ,ଚୈତନ୍ୟ ପ୍ରଧାନ, ଘନଶ୍ୟାମ ବେହେରା, ପ୍ରଭାସ ନାଏକ, ଚିତ୍ରସେନ କର୍ଣ୍ଣ, ଶେଷଦେବ ମହାକୁଳ, ବସନ୍ତ ରାଉତ,ଧର୍ମେନ୍ଦ୍ର ଝାଙ୍କର, ଅଶୋକ ଜଟି, ରଞ୍ଜନ ଦେହୁରୀ, କପିଳ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ରିଙ୍କୁ ପ୍ରଧାନ, ରିଲୁ ପ୍ରଧାନ, ରୋହିତ ପ୍ରଧାନ ସମେତ ଖୁଂଟବନ୍ଧ, ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ପଦ୍ମନପୁର ଓ ମୁଣ୍ଡପଡା ପଂଚାୟତର ଶତାଧିକ ଡ୍ରାଇଭର ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × three =