ବୌଦ୍ଧ, ୪/୭- ବୌଦ୍ଧବ୍ଲକ ଅଁଳାପାଲି ପଞ୍ଚାୟତ ବାଦିକଟା ଗ୍ରାମର ସୁବାଷ ମହାକୁଳଙ୍କ ଝିଅ ତ୍ୃଷ୍ଣାରାଣୀ ଜଣେ ମେଧାବୀ ଛାତ୍ରୀ । କିଛିବର୍ଷ ହେଲା ତାଙ୍କର ଶ୍ରବଣ ଶକ୍ତି, ଦୃଷ୍ଟି ଶକ୍ତି ଧୀରେଧୀରେ କମିଯାଉଛି । ବିଜେଡି ଜିଲ୍ଲା ଉପସଭାପତି ତଥା ସମାଜସେବୀ ତୋଫାନ ପରିଡା ଏ ବିଷୟରେ ଜାଣିବାପରେ ତାଙ୍କୁ ସହାୟତାର ହାତ ବଢାଇଥିଲେ । କିଛି ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ପ୍ରତିମାସରେ ନିଜ ପକେଟରୁ କିଛି ଅର୍ଥ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ଚିକିତ୍ସା ପାଇଁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ । ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହଯୋଗ ଯୋଗାଇ ଦେବାକୁ ତାଙ୍କ ପରିବାରକୁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିବେଦନ କରିଥିଲେ । ବିଜୁ ଛାତ୍ର ଜନତା ଦଳ ବ୍ଲକ ଉପସଭାପତି ସିକୁନ ମହାକୁଡ ମଧ୍ୟ ଉପସ୍ଥିତ ଥିଲେ ।