ବୌଦ୍ଧ,୧୧/୭- ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ମନୋନୀତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି । ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ଉପ-ସଭାପତି ସମରେଶ ମିଶ୍ର ଓ ଅଭିମନ୍ୟୁ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ ଦାସ, ସାଧାରଣ ସଂପାଦକ ଭାବେ ପ୍ରଦ୍ୟୁମ୍ନ ଧଳ, ଅର୍ଜୁନ ମହାନନ୍ଦିଆ, ଲଳିତ ମହାକୁଡଙ୍କୁ ମନୋନୀତ କରାଯାଇଛି । ସଂପାଦକ ଭାବେ ଜଗବନ୍ଧୁ ମହାକୁଡ, ଶ୍ରୀମତୀ ସତ୍ୟଭାମା ମେହେର, ସଜିତ ଖାନ, ଗୋବର୍ଦ୍ଧନ ବାରିକ ମନୋନୀତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଯତୀନ୍ଦ୍ର କୁମାର ସିହ୍ନା, ଉଦୟନାଥ ଶର୍ମା, ତାରେଣୀସେନ ଜେନା, ଗୌରୀ ଶତପଥୀ, ଚିତ୍ରଲେଖା ପାଣ୍ଡେ, ହରିହର ବିଷୋୟୀ, ଶିବ ବେହେରା, ବିପ୍ରଚରଣ ବେହେରା, ଅଭିମନ୍ୟୁ ସାହୁ, ମହମ୍ମଦ ରିଆଜୁଲ, ଶ୍ରୀମତୀ ପଙ୍କଜିନୀ ପଟ୍ଟନାୟକ ରହିଛନ୍ତି । ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ନାରାୟଣ ପ୍ରସାଦ ପରିଜା, ପୂର୍ବତନ ବିଧାୟକ ସୁଜୀତ କୁମାର ପାଢୀ, ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁଧୀର ମହାକୁଡ, ପୂର୍ବତନ ବିଧାୟକ ପ୍ରାର୍ଥୀ ହରିନାରାୟଣ ପ୍ରଧାନ, ବରିଷ୍ଠନେତା ଶ୍ରୀଧର ପ୍ରଧାନ, ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସ ସଭାପତି ବିନ୍ଧ୍ୟାବିନୀ ସାହୁ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଂପାଦକ ଚନ୍ଦ୍ରଶେଖର ପାଢୀ, ବରିଷ୍ଠ ନେତା ଅବଦୁଲ ହଲିମ ଖାନ, ବୀରେନ୍ଦ୍ର ବାରିକ, ବାବା ସୁମନ୍ତ ମହାକୁଡ, ସ୍ୱେଚ୍ଛାସେବୀ ଗଣେଶ ଅଗ୍ରୱାଲ ପ୍ରମୁଖ ରହିଛନ୍ତି । ସମସ୍ତ ମନୋନୀତ ନୂତନ କର୍ମକର୍ତ୍ତା ପିସିସି ସଭାପତି ଓ ଡିସିସି ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।