ବୌଦ୍ଧ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0 203

ବୌଦ୍ଧ,୧୯/୭- ବୌଦ୍ଧଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାପତି ମନରଞ୍ଜନ ଦାଶଙ୍କ ନେତୃତ୍ୱରେ ଦେଶରେ କଠୋର ଏବଂ ସଶକ୍ତ ଜନ୍ମ ନିୟନ୍ତ୍ରଣ ବିଧେୟକ ସଂସଦରେ ପାରିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଆଜି ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ରରେ ଦେଶର ବର୍ତ୍ତମାନ ଜନସଂଖ୍ୟା ୧୪୦ କୋଟିକୁ ଟପିଗଲାଣି । ଆଗାମୀ ଦିନରେ ଜନସଂଖ୍ୟା ବିସ୍ଫୋରକ ହେବାକୁ ଯାଉଛି । ଜନସଂଖ୍ୟା ବୃଦ୍ଧିଯୋଗୁଁ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଣୁ ଜନସଂଖୟା ସମାଧାନ ଫାଉଣ୍ଡେସନ ବୌଦ୍ଧ ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶର ସଂସଦରେ କଠୋର ଆଇନସବୁ ନାଗରିକମାନଙ୍କ ପାଇଁ ଦୁଇଟି ସନ୍ତାନ ଜନ୍ମ ଦେବାର ବ୍ୟବସ୍ଥା କରିବାକୁ ଅନୁରୋଧ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠନେତା ସୌମିତ୍ରୀ ନାୟକ, ସମାଧାନ ଫାଉଣ୍ଡେସନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିବେଦିତା ମହାକୁଡ, ବରିଷ୍ଠନେତା ମାଗୁଣି ଗାଇଗୌରିଆ, ଜିଲ୍ଲା ଯୁବମୋର୍ଚ୍ଚା ଫାଉଣ୍ଡେସନର ସଭାପତି ସଞ୍ଜୟ ମେହେର, ସୁଧୀର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

17 + 2 =