ବୌଦ୍ଧଜିଲ୍ଲା: ଆଜି ୪ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୪୬୫

0 139
hiring

ବୌଦ୍ଧ,୨୨/୭: ଗତକାଲି ଜିଲ୍ଲାରେ ୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୪ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ଆମ୍ବଝରୀ ପଞ୍ଚାୟତ ଆମ୍ବଝରୀ ଗ୍ରାମରୁ ଜଣେ, ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ଆଡେଣିଗଡ ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ ତିଲେଶ୍ୱର ଗ୍ରାମରୁ ଜଣେ, କଣ୍ଟାମାଳ ବ୍ଲକ କଣ୍ଟାମାଳ ପଞ୍ଚାୟତ କଣ୍ଟାମାଳ ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜିସୁଦ୍ଧା ୧୨୪୬୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୧୨୨୬୪ ଜଣ ସୁସ୍ଥ ହୋଇଥିବାବେଳେ ୧୦୬ ଜଣ ଚିକିତ୍ସାଧୀନ ଓ ୯୫ଜଣ ମୃତ୍ୟୁବରଣ କରିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

10 − seven =