ଫ୍ରେଣ୍ଡସିପ କ୍ଲବ୍‌ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ

0 106

ବୌଦ୍ଧ,୨୫/୭- ଫ୍ରେଣ୍ଡସିପ କ୍ଲବ ବୌଦ୍ଧର ପ୍ରଥମ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୨୦ -୨୧ ବର୍ଷରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ନିଷ୍ପତ୍ତି ନିଆଯାଇଛି ଯଥା ପ୍ରାଥମିକ ଶିକ୍ଷା ଶିଶୁ ମାନଙ୍କ ପାଖରେ ପହଞ୍ଚାଇବା, କରୋନାର ତୃତୀୟ ଲହରର ସଚେତନତା, ସ୍ୱାସ୍ଥ୍ୟ ସେବା, କ୍ରୀଡାପ୍ରତି ଗୁରୁତ୍ୱ ଦେବାର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସର୍ବ ସମ୍ମତିରେ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ପ୍ରତିଷ୍ଠାତା ତଥା ସମ୍ପାଦକ ତୋଫାନ ପରିଡ଼ା ସଭାପତିତ୍ୱ କରିଥିବାବେଳେ ସହସମ୍ପାଦକ ସମ୍ୟକ ନାୟକ, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବଡମାଳି, ବଟକୃଷ୍ଣ ଅଗ୍ରୱାଲ, ସୁବ୍ରତ କୁମାର ପୁରୋହିତ, ଅଂଶୁମାନ ହୋତା, ରଶ୍ମି, ରିତିକ ସାମିଲ, କଲ୍ୟାଣ ମହାପାତ୍ର, ଜ୍ଞାନପ୍ରକାଶ ପାଣିଗ୍ରାହୀ, ପ୍ରିତମ, ଜିତେନ୍‌ ପାତ୍ର, ଶ୍ୟାମ ମିର୍ଦ୍ଧା, ରାମଚନ୍ଦ୍ର ସେଠୀ, ଘାସିରାମଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

18 + 9 =