ଆସନ୍ତାକାଲି ବୌଦ୍ଧଜିଲ୍ଲାରେ ପୁଣି ଆରମ୍ଭ ହେବ ଟିକାକରଣ

0 196

ବୌଦ୍ଧ,୧୮/୭- ଆସନ୍ତାକାଲିଠାରୁ ପୁଣି ବୌଦ୍ଧ ଜିଲ୍ଲାରେ ଆରମ୍ଭ ହେବ କୋଭିଡ ଟିକାକରଣ । ୧୮ ବର୍ଷରୁ ୪୪ ବର୍ଷ ବର୍ଗଙ୍କ ପାଇଁ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୦ ଜଣଙ୍କୁ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାଉଁଶୁଣୀ କେନ୍ଦ୍ରରେ ୨୦୦, ମନମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୨୦୦, କଣ୍ଟାମାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ୨୦୦, ସ୍ଥାନୀୟ ଟାଉନହଲ ଠାରେ ୧୫୦ଜଣଙ୍କୁ, ଜହ୍ନାପଙ୍କ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ କେବଳ ଗର୍ଭବତୀ ମହିଳା ମାନଙ୍କ ପାଇଁ ଟିକାଦାନ କରାଯିବ । ସେହିପରି ୪୫ରୁ ଉର୍ଦ୍ଧ୍ୱ ବର୍ଗଙ୍କ ପାଇଁ ଅପରାହ୍ନ ୩ଟାରୁ ସାଢେ୫ଟା ପର୍ଯ୍ୟନ୍ତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚାରିଛକ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହରଭଙ୍ଗା, ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଗରିଆପାଲି, ପଲସାଗୋରା ସ୍ୱାସ୍ଥ୍ୟ ଅନ୍ତର୍ଗତ ଲମ୍ବସରୀ, କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘଣ୍ଟାପଡା ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଉମା ଗ୍ରାମରେ ଓ ବୌଦ୍ଧ ଟାଉନହଲ ଠାରେ ଟିକାକରଣ କରାଯିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × 2 =