ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳା ପ୍ରତିବାଦରେ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଦାବିପତ୍ର ପ୍ରଦାନ

0 152

ବୌଦ୍ଧ,୨୮/୭- ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟସେବା ବିକାଶରେ ଅବହେଳାର ପ୍ରତିବାଦ, ଭୀମସାରରେ ଇକମୋ ମେଶିନ ଲଗାଇବା ସହ ବୌଦ୍ଧ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ତୁରନ୍ତ ନିରାକରଣ ପାଇଁ ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଘେରାଉ, ପ୍ରତିବାଦ ଓ ୧୧ ଦଫା ଦାବୀପତ୍ର ଜିଲ୍ଲାପାଳ ବୌଦ୍ଧଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ଶତାଧିକ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଥିଲେ । ବିଶେଷକରି ବୌଦ୍ଧଜିଲ୍ଲାର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି ତା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଶେଷ ଭାବରେ ଜନ୍ମିତ ଶିଶୁମାନଙ୍କୁ ବାରଣ୍ଡାରେ ରଖି ଚିକିତ୍ସା କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ତୁରନ୍ତ ଶିଶୁମାନଙ୍କୁ ବେଡ୍‌ ଉପରେ ରଖିବା ସହ ଚିକିତ୍ସା କରିବା ପାଇଁ ୭ ଦିନ ସମୟ ଦିଆଯାଇଥିଲା । ଏହାର ବ୍ୟତିକ୍ରମ ହେଲେ ବିଜେପି ବୌଦ୍ଧ ଜିଲ୍ଲାର ସମସ୍ତ କର୍ମକର୍ତ୍ତାମାନେ ଓ ଜନସାଧାରଣଙ୍କ ସହ ଆଇନ ଅମାନ୍ୟ ଆନ୍ଦୋଳନ ସହିତ ସମସ୍ତ ଦାବୀ ପୁରଣ ନହେଲେ ସରକାର ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଥିଲା ।

hiring

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାସଭାପତିଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠନେତା ମାଗୁଣି ଗାଈଗୌରିଆ, ମନରଞ୍ଜନ ଦାସ, ଶ୍ୟାମସୁନ୍ଦର ପୁରୋହିତ, ବିଶି କେଶନ ପ୍ରଧାନ, ପ୍ରଦୋଷ ମିଶ୍ର , ତ୍ରିପୁରାରୀ ବେହେରା , ପ୍ରେମାନନ୍ଦ ମିଶ୍ର ,ସତ୍ୟାନନ୍ଦ ପାଣ୍ଡେ, ତାପସ କୁମାର ପଟ୍ଟନାୟକ,ସୁଶାନ୍ତ ବାଘ , ଜିଲ୍ଲା ଯୁବମୋର୍ଚ୍ଚା ବିଜେପି ସଭାପତି ଅଟଳ କୁମାର ପ୍ରଧାନ ,ମହିଳା ସଭାନେତ୍ରୀ ଶ୍ରୀମତୀ ନମିତା ରାଣୀ ଦାସ, ଶ୍ରୀମତୀ ମିନା ରାଣୀ ମିଶ୍ର, ଶ୍ରୀମତୀ ସାବିତ୍ରୀ ବାରିକ, ଶ୍ରୀମତୀ ରଶ୍ମିତା ହୋତା ,ଶ୍ରୀମତି ଶାନ୍ତିଲତା ଦନ୍ତା, ଶ୍ରୀମତି ସୁଭଦ୍ରା ବାଘ, ଶ୍ରୀମତୀ ନିବେଦିତା ମହାକୁଡ ଶ୍ରୀମତୀ ସ୍ୱର୍ଣ୍ଣମୟୀ ପ୍ରଧାନ, ପଙ୍କଜ ବାରିକ, ବୃନ୍ଦା ଦନ୍ତା ,ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ ,ଡମ୍ବରୁଧର କହଁର, ରାଜୀବ କୁମାର ଦେହୁରୀ, ଓମ୍‌ ପ୍ରକାଶ ମିଶ୍ର ,ନାରାୟଣ କର୍ମୀ ,ଦାମ ମିଶ୍ର, ସୁନୀଲ କ୍ଷେତି ,ଅରୁପା ଦୀପ ,ବୀରେନ କୁମାର ସାହୁ , ନିରଞ୍ଜନ ଦାନୀ ପ୍ରମୁଖ ବହୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 3 =