ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ବର୍ଷକୁ ବୃଦ୍ଧିପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

0 242

ବୌଦ୍ଧ,୨/୮- ଆଜି ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବେକାର ଯୁବକମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବାସହିତ ବିଭିନ୍ନ ନାରାବାଜି କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ରାଜ୍ୟରେ ନବୀନ ସରକାର ୨୧ବର୍ଷର ଶାସନପରେ ମଧ୍ୟ ଯୁବପିଢୀ ନିଯୁକ୍ତି ନପାଇ ଦିଗହରା ହେବାସହ ଉକ୍ରଟ ବେକାରୀ ସମସ୍ୟା ଦେଖାଦେଇଛି । ସରକାର ଯୁବପିଢୀଙ୍କୁ ଅଧିକ ପ୍ରୋତ୍ସାହନ ଦେବାକଥା କିନ୍ତୁ ତାହା ନକରିବା ଦ୍ୱାରା ଯୁବପିଢୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି ଏହି ଯୁବଗୋଷ୍ଠୀ । ଓଡିଶା ଷ୍ଟାଫ ସିଲେକସନ କମିଶନ, ଷ୍ଟେଟ ସିଲେକସନ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଚାକିରୀରେ ଖାଲିଥିବା ପଦବୀ ଗୁଡିକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବାକଥା କିନ୍ତୁ ତାହା ଠିକ୍‌ ସମୟରେ ପୂରଣ ନହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି ।

hiring

ଓଡିଶା ସରକାର ୩୨ ବର୍ଷରେ ସରକାରୀ ଚାକିରୀ ପାଇବା ପାଇଁ ସୀମିତ ରଖୁଥିବାରୁ ବହୁ ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ବିଭିନ୍ନ ସାମାଜିକ, ଅର୍ଥନୈତିକ, ଅବସାଦ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଠ୍ୟକ୍ରମ ସାରିବାବେଳକୁ ବୟସ ଅତିକ୍ରାନ୍ତ ହୋଇଯାଉଛି । ଅନ୍ୟପଟେ ସରକାରୀ ନିଯୁକ୍ତି ବିଜ୍ଞାପନ ଅବଧି ମଧ୍ୟ ୫ ବର୍ଷରୁ ଅଧିକ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସୁଯୋଗ ପାଇପାରୁନାହାନ୍ତି । ବର୍ତ୍ତମାନ ଅନ୍ୟାନ୍ୟ ରାଜ୍ୟରେ ଏହି ବୟସ ସୀମାରେ କୋହଳ କରାଯାଇଥିବାବେଳେ ଓଡିଶାରେ ତାରତମ୍ୟ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ଲାଭକରି ମଧ୍ୟ ଚାକିରୀ ଆବେଦନରୁ ବଞ୍ଚିତ ରହୁଛନ୍ତି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଚାକିରୀ ବୟସସୀମା ବୃଦ୍ଧି କରାଗଲେ ବହୁ ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରିବେ ବୋଲି ଜିଲ୍ଲା ଯୁବ କଂଗ୍ରେସ କମିଟି ପ୍ରସ୍ତାବ ରଖିଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତିଙ୍କ ସମେତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆ, ଏୱାଇସି ସଭାପତି ଅବଦୁଲ କଲିମ ଖାନ, ପୂର୍ବତନ ଜୋନାଲ ସଭାପତି ସଞ୍ଜିବ କୁମାର ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଂପାଦକ ମହେନ୍ଦ୍ର ମହାକୁଳ, ଜିଲ୍ଲା ଯୁବ କଂଗ୍ରେସ ଉପ-ସଭାପତି ସୁଶୀଳ କୁମାର ହୋତା, ସତ୍ୟନାରାୟଣ ପୃଷ୍ଟି, ପିସିସି ସଭ୍ୟ ରାୟ ସଞ୍ଜିବ କୁମାର ଦେଓ, ଶ୍ରବଣ କୁମାର ଭୁକ୍ତା, କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସଭାପତି କଳାକାର ଦଳବେହେରା, ଯୁବକର୍ମୀ ନିୟାଜ ହୁସେନଙ୍କ ସମେତ ବହୁ ଯୁବକର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 − 2 =