ବୌଦ୍ଧ,୨୨/୬- ବୌଦ୍ଧଜିଲ୍ଲା ଏହାର ବନସଂପଦ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଆସିଛି । ପ୍ରତ୍ୟେକବର୍ଷ ଏଠାରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିବାବେଳେ ଆଜି ଚଳିତବର୍ଷ ୨୦୨୧-୨୨ ପାଇଁ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ ତଦାରଖ ଓ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଛି ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନେତୃତ୍ୱରେ ଚଳିତବର୍ଷ ପାଇଁ କିଭଳି ଭାବେ ବ୍ୟାପକ ବୃକ୍ଷରୋପଣ କରାଯାଇପାରିବ ଯୋଜନା ପ୍ରସ୍ତୁତ କରାଯାଇଛି । ଚଳିତବର୍ଷ ପ୍ରାୟ ୭ଲକ୍ଷ ଚାରା ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ରୋପଣ କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବାପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଚାରା ରୋପଣ କରିବାପାଇଁ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ଆହ୍ୱାନ ଦେଇଛନ୍ତି । ଇଚ୍ଛୁକ ବ୍ୟକ୍ତି ଚାରା ପାଇବାପାଇଁ ନିକଟସ୍ଥ ରେଞ୍ଜ କାର୍ଯ୍ୟାଳୟସହ ଯୋଗାଯୋଗ କରିବାକୁ ଜଙ୍ଗଲବିଭାଗ ତରଫରୁ ଅନୁରୋଧ କରାଯାଇଛି ।