ମଣ୍ଡି ସମସ୍ୟା ନେଇ ବିଜେପିର ଦୁଇ ଘଣ୍ଟିଆ ରାସ୍ତା ଅବରୋଧ

0 172

ବୌଦ୍ଧ/ବାଉଁଶୁଣୀ,୧/୭- ମଣ୍ଡି ସମସ୍ୟା ନେଇ ବୌଦ୍ଧଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ମନମୁଣ୍ଡା ଗାନ୍ଧୀ ଛକରେ ୫୭ ନମ୍ବର ଜାତୀୟ ରାଜପଥରେ ଦୁଇ ଘଣ୍ଟିଆ ରାସ୍ତା ଅବରୋଧ କରିଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନମଣ୍ଡିରେ ଜୁନ ମାସ ଶେଷ ହୋଇ ଜୁଲାଇ ଆରମ୍ଭହେଲା ହେଲେ ରବି ଧାନ କିଣା ପାଇଁ ବିଭିନ୍ନ ମଣ୍ଡି ବନ୍ଦ କରାଯାଇଛି । ଏପରିକି ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଓ ସମବାୟ ସମିତିର ସମ୍ପାଦକ ଓ ମିଲର ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ହେତୁ ଟୋକନ ସମସ୍ୟା ସହିତ ମଣ୍ଡିରୁ ଧାନ ନ ଉଠୁନଥିବା ଓ ଟୋକନ ଲାପସ ପ୍ରତିବାଦରେ ବିଜେପି ପକ୍ଷରୁ ୫୭ନଂ ଜାତୀୟ ରାଜପଥ ମନମୁଣ୍ଡା ଛକ ନିକଟରେ ଦୁଇଘଣ୍ଟିଆ ଚକା ଜାମ କରାଯାଇଥିଲା । ଫଳରେ ଉଭୟ ପାଶ୍ୱର୍ରେ ଗାଡି ଚଳାଚଳ ଠପ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ସତ୍ୟାନନ୍ଦ ପାଣ୍ଡେ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରବୀନ୍ଦ୍ର ଦେଓ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଇଂ ରାକେଶ ତ୍ରିପାଠୀ, ସରୋଜ ମେହେର, ମନମୁଣ୍ଡା ମଣ୍ଡଳ ସଭାପତି ନିରଞ୍ଜନ କର୍ଣ୍ଣ ,ବାଉଁଶୁଣି ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା, କଣ୍ଟାମାଳ ମଣ୍ଡଳ ସଭାପତି ଅନୀଲ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − thirteen =