ବୌଦ୍ଧ: ପୁଣି ବଢିଲା ସଂକ୍ରମଣ, ଆଜି ୨୧ ପଜିଟିଭ ଚିହ୍ନଟ ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ

0 115

ବୌଦ୍ଧ,୫/୭ – ଆଜି ଜିଲ୍ଲାରୁ ୨୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରୁ ଜଣେ, ମନୁପାଲି ପଞ୍ଚାୟତ ଡିଗି ଗ୍ରାମରୁ ଜଣେ ଚିହ୍ନଟ ହୋଇଥିବାବେଳେ ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଞ୍ଚାୟତ ଚାରିଛକ ଗ୍ରାମରୁ ୫ଜଣ, ଠିଡିକାଜୋର ଗ୍ରାମରୁ ଜଣେ, ଆଡେଣିଗଡ ପଞ୍ଚାୟତ ଆଡେଣିଗଡ ଗ୍ରାମରୁ ଜଣେ, କରଞ୍ଜକଟା ପଞ୍ଚାୟତ ଲକ୍ଷ୍ମଣପୁର ଗ୍ରାମରୁ ଜଣେ, ସରସରା ପଞ୍ଚାୟତ ମାଉଳିସିଙ୍ଗା ଗ୍ରାମରୁ ଜଣେ, ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗ୍ରାମରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ ଜଣେ, ଯୋଗୀନ୍ଦ୍ରପୁର ପଞ୍ଚାୟତ ଯୋଗୀନ୍ଦ୍ରପୁର ଗ୍ରାମରୁ ଜଣେ, ମନମୁଣ୍ଡା ପଞ୍ଚାୟତ ମନମୁଣ୍ଡା ଗ୍ରାମରୁ ଜଣେ, ବିଳାସପୁର ପଞ୍ଚାୟତ ଟିଲାଟିଙ୍ଗା ଗ୍ରାମରୁ ଜଣେ, ଖଲିଆପାଲି ପଞ୍ଚାୟତ ବରଦିପଦର ଗ୍ରାମରୁ ଜଣେ, ଘଣ୍ଟାପଡା ପଞ୍ଚାୟତ ମାଣିକପୁର ଗ୍ରାମରୁ ୨ଜଣ, କୁଲତାଜୋର ପଞ୍ଚାୟତ ନୂଆପାଲି ଗ୍ରାମରୁ ଜଣେ, ରେଙ୍ଗାଲି ପଞ୍ଚାୟତ ରେଙ୍ଗାଲି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ ହୋଇଥିବାବେଳେ ଆଜିର ସଂଖ୍ୟାକୁ ମିଶାଇଲେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୦୦ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୧୯୯୯ ଜଣ ସୁସ୍ଥ ହୋଇଥିବା ବେଳେ ୨୧୭ ଜଣ ଚିକିତ୍ସାଧୀନ ଥିବା ଓ ୮୪ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

14 − five =