ବୌଦ୍ଧ: ଭରଚୁଆଲ ମାଧ୍ୟମରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

0 303

ବୌଦ୍ଧ,୭/୭- ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଭର୍‌ଚୁଆଲ ମାଧ୍ୟମରେ ଆଜି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଡି. ଏଫ. ଓ. ଯଶୋବନ୍ତ ସେଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

hiring

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟାମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସର୍ବପ୍ରଥମେ ଜିଲ୍ଲାପାଳ, ବୌଦ୍ଧ ଲଲାଟେନ୍ଦୁ ମିଶ୍ର ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ନିଯମାବଳୀ ଅନୁପାଳନ କରି ସୀମିତ ସମୟ ମଧ୍ୟରେ ଜିଲ୍ଲାର ଉନ୍ନୟନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାଙ୍କୁ ସେମାନଙ୍କର ପରାମର୍ଶ ଏବଂ ସମସ୍ୟା ବିଷୟରେ ଲିଖିତ ଭାବେ ଦେବା ପାଇଁ ପରାମର୍ଶ ଦେଇଥିଲେ । ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଜିଲ୍ଲାର ପ୍ରମୁଖ ସଂସ୍ଥା ହିସାବରେ ଜିଲ୍ଲା ପରିଷଦର ଭୂମିକା ଉପରେ ଏବଂ ଅନ୍ୟମାନଙ୍କୁ ପ୍ରଭାବିତ କରିବା ପାଇଁ କାର୍ଯ୍ୟଶୈଳୀ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ୯୦ ପ୍ରତିଶତ ଲୋକ ଚାଷୀ ହୋଇଥିବାରୁ କୃଷି ଓ ସମବାୟ ବିଭାଗ, ଅଧିକ ଫସଲ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା ଆଗାମୀ ଦିନରେ ବର୍ଷା, ବାତ୍ୟାପ୍ରବଣ ଖଡଙ୍ଗ ଓ ତେଲନଦୀ ଅବବାହିକାରେ ବାତ୍ୟା ଦାଉରୁ ଧନଜୀବନ ରକ୍ଷା ପ୍ରତି ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । କରୋନା ମହାମାରୀ ପାଇଁ ଜୀବନ, ଜୀବିକା କ୍ଷତିଗ୍ରସ୍ତ ହୋଇଥିବାରୁ ବିଶେଷକରି ପିଡିଏସ କିରୋସିନି ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଗ୍ରାମପଞ୍ଚାୟତ ତଥା ଅନ୍ୟ ଲୋକମାନେ ସୁବିଧାରେ ପାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦର କାର୍ଯ୍ୟକାରୀ ଯୋଜନା ଗୁଡିକର କାର୍ଯ୍ୟକାରୀ କରବା ପାଇଁ ବି. ଡି. ଓ. ମାନଙ୍କୁ ପରାମର୍ଶ ଦେଇଥିଲେ । ମହାମାରୀ ସମୟରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମକୁ ପ୍ରଶଂସା କରି ଜିଲ୍ଲାପାଳଙ୍କୁ ବିଶେଷ କରି ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ଲହର ଆଶଙ୍କା ଶତ ପ୍ରତିଶତ ଥିବାରୁ ସମସ୍ତ ଜନପ୍ରତିନିଧି ମାନେ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ବହିରା ଜୁରାମୁଣ୍ଡା ରାସ୍ତା ସଦେଇପୁରଠାରେ ଅଧିକ ଖରାପ ଥିବାରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ସମସ୍ତ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ରାସ୍ତାର ଉନ୍ନତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ମାନ୍ୟବର ସାଂସଦଙ୍କ ପ୍ରତିନିଧି ତାରେଣୀ ମହାପାତ୍ର ଜିଲ୍ଲାର ପ୍ରଗତି ପଥରେ ଜଣେ ପ୍ରତିନିଧି, ଜିଲ୍ଲାପାଳଙ୍କ ଭୂମିକାକୁ ପ୍ରଶଂସା କରି କୌଣସି ବିଯୁକ୍ତତ୍ମାକ ଚିନ୍ତାଧାରା ପରିତ୍ୟାଗ କରି ଜିଲ୍ଲାର ଉନ୍ନତି ନିମନ୍ତେ ଆଗେଇବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ନିମନ୍ତେ ସାଂସଦ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ଏକ କୋଟି ମିଳିଥିବା ସ୍ଥଳେ ଚଳିତବର୍ଷ ଦୁଇକୋଟି ମିଳିବା ପ୍ରସ୍ତାବ ଥିବା ବିଷୟ ଅବଗତ ସହିତ ଏହାଦ୍ୱାରା ବୌଦ୍ଧରେ ଆରଟିପିସି ଏବଂ ସ୍କାନିଙ୍ଗ ମେସିନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ କାର୍ଯ୍ୟ ଶେଷ ହେବା ସତ୍ତେ୍ୱ ହିତାଧିକାରୀଙ୍କ ଖାତାକୁ ଯାନ୍ତ୍ରିକ ତ୍ରୁଟି ପାଇଁ ଟଙ୍କା ଯାଇ ନ ଥିବାରୁ ଖୁବ ଶୀଘ୍ର ସଫ୍ଟୱେର ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ପ୍ରକଳ୍ପ ଗୁଡିକର କାର୍ଯ୍ୟକାରୀ ସମୟରେ ଅସୁବିଧା ଥିଲେ ତୁରନ୍ତ ଜଣେଇବା ପାଇଁ ଜନ ପ୍ରତିନିଧିମାନଙ୍କୁ ପରାମର୍ଶ ସହିତ ପ୍ରକଳ୍ପ ଗୁଡିକ ଦୁଇ ଗୋଟି ଯୋଜନାରେ ଅନ୍ତର୍ଭୁକ୍ତ ନ ହେବା ପାଇଁ ବି.ଡି.ଓ. ମାନଙ୍କୁ ପରାମର୍ଶ ଦେଇଥିଲେ । ବାଣୀଭୂଷଣପୁର, ବାହାଲି ନାଳ ସେତୁ, ନିର୍ମାଣଧୀନ ଅଙ୍ଗନବାଡୀ କେନ୍ଦ୍ରରେ ଉପୁଜିଥିବା ସମସ୍ୟାର ସମାଧାନ, ଅଙ୍ଗନବାଡୀ କେନ୍ଦ୍ରର ବକେୟା ପଇସା ତୁରନ୍ତ ପ୍ରଦାନ ପାଇଁ ସଭ୍ୟମାନେ ମତବ୍ୟକ୍ତ କରିଥିଲେ । ଜୋନ ୯ର ସଦସ୍ୟ ଅବକାଶ ସାହୁ ଏହି ବର୍ଷ ଗଜାମରୁଡି ଆଶଙ୍କା ଥିବାରୁ କୃଷି ଜଳ ସେଚନ ବିଭାଗ ତତ୍ପର ରହିବା, ରବି ଫସଲ ଧାନ ସହିତ ପିଆଜ, ବିରି, ମୁଗ, ପିଜୁଳି ଚାଷ ଉପରେ ଗୁରୁତ୍ୱାରୋପ , ବ୍ଲକ କ୍ୱାଟର ମରାମତି ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଦୈନିକ ୬୦୦୦ଲି. ଦୁଗ୍ଧ ସଂଗ୍ରହ କରି ଚାଷୀ ଉପଯୁକ୍ତ ମୂଲ୍ୟରେ ଓମଫେଡକୁ ବିକି ଲାଭବାନ ହେଉଥିବାରୁ ବୈଠକରେ ପ୍ରଶଂସା କରିଥିଲେ । ନିର୍ମାଣଧୀନ ପ୍ରାପ୍ୟ ନ ମିଳିଥିବାରୁ ସଦସ୍ୟ ଶ୍ରୀ ସାହୁଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରରୁ ଅନୁଦାନ ଆସିଲେ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ୩.୫୦ କୋଟି ଟଙ୍କା ବ୍ୟୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଜିଲ୍ଲାର ଦୁଗ୍ଧ ଚାଷୀଙ୍କ ଠାରୁ ଦୈନିକ ୨୦୦୦୦ଲି . କ୍ଷୀର ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟରହିଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ଉପାନ୍ତ ଅଞ୍ଚଳ ତଲଗାଁ , କୁଶଙ୍ଗ, ଛତରଙ୍ଗ ଇତ୍ୟାଦି ଅଞ୍ଚଳରେ ମୋବାଇଲ ସେବା ବାଧାପ୍ରାପ୍ତ ଯୋଗୁଁ ପିଲାଙ୍କ ପାଠପଢାରେ ଅସୁବିଧାର ସମାଧାନ ପାଇଁ ବିଏସଏନଏଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ, ନୂତନ ମେଡିକାଲ ସ୍ଥାପନର ପ୍ରସ୍ତାବ ନଥିବା ଏବଂ ପୁରାତନ ମେଡିକାଲର ଭିତ୍ତିଭୂମି, ଉନ୍ନତିକରଣ, ଭତ୍ତାପାଇଁ ବିଭାଗୀୟ ଅଧିକାରୀ ବି.ଡି.ଓ, କ୍ଷେତ୍ର କର୍ମଚାରୀ ଧ୍ୟାନ ଦେବା, ମୃତ୍ୟୁ ପରେ ହିତାଧିକାରୀଙ୍କ ଘରକୁ ଯାଇ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ମୃତ୍ୟୁର ଏକ ମାସ ଭିତରେ ଭତ୍ତା ମଞ୍ଜୁର କରିବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମନରେଗା ଯୋଜନାରେ ନୂତନ ଅଧିକାରୀ ଭାବେ ଡ. ଦିଲ୍ଲୀପ କୁମାର ମହାପାତ୍ର ଯୋଗ ଦେଇଥିବାରୁ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ବୈଠକରେ ସ୍ୱାସ୍ଥ୍ୟ ବିଭାଗ, ଜଳ ଛାୟା ପ୍ରକଳ୍ପ, ଉଦ୍ୟାନ ବିଭାଗ, ସମସ୍ତ ବି.ଡି.ଓ. ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଭରଚୁଆଲ ମାଧ୍ୟମରେ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

nineteen − 7 =