ବୌଦ୍ଧ,୧୦/୭ – ଆଜି ବୌଦ୍ଧ ସହରରେ ଥିବା ରାସ୍ତା କଡ ମାଂସ ଦୋକାନ ଗୁଡିକ ଉପରେ ବୌଦ୍ଧଗଡ ଏନ.ଏ.ସି.ତରଫରୁ ଚଢାଉ କରି ମାଜିଷ୍ଟ୍ରେଟ ଓ ପୋଲିସ୍ ଉପସ୍ଥିତିରେ ୬୮୫୦ ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଏ ଚଢାଉ ଆଗାମୀ ଦିନରେ ମଧ୍ୟ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ରାସ୍ତା କଡରେ କୌଣସି ମାଂସ ଦୋକାନ ଖୋଲାଯାଇ ପାରିବ ନାହିଁ । ତେଣୁ ସେଭଳି ମାଂସ ଦୋକାନ ଗୁଡିକ ବନ୍ଦ ନକଲେ ଜୋରିମାନା ଆଦାୟ କରାଯିବ ଓ ଦୋକାନୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ସୂଚନା ଦେଇଛନ୍ତି ।