ବୌଦ୍ଧରେ ବ୍ୟାପକ ବୃକ୍ଷରୋପଣ ପାଇଁ ପ୍ରଶାସନିକ ପ୍ରସ୍ତୁତି, ୯ଲକ୍ଷ ୭୮ହଜାର ଚାରା ହେବ ରୋପଣ

0 375

ବୌଦ୍ଧ,୨୨/୬- ବୌଦ୍ଧଜିଲ୍ଲା ଏହାର ବନସଂପଦ ପାଇଁ ସବୁବେଳେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପାଇଆସିଛି । ପ୍ରତ୍ୟେକବର୍ଷ ଏଠାରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିବାବେଳେ ଆଜି ଚଳିତବର୍ଷ ୨୦୨୧-୨୨ ପାଇଁ ଜିଲ୍ଲାସ୍ତରୀୟ ବୃକ୍ଷରୋପଣ ତଦାରଖ ଓ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ନେତୃତ୍ୱରେ ଚଳିତବର୍ଷ ପାଇଁ କିଭଳି ଭାବେ ବ୍ୟାପକ ବୃକ୍ଷରୋପଣ କରାଯାଇପାରିବ ଯୋଜନା ପ୍ରସ୍ତୁତ କରାଯାଇଛି ।

hiring

ଚଳିତବର୍ଷ ପ୍ରାୟ ୭ଲକ୍ଷ ଚାରା ପ୍ରସ୍ତୁତ କରାଯାଇଥିବାବେଳେ ଏହାକୁ ରୋପଣ କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯିବାପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଚାରା ରୋପଣ କରିବାପାଇଁ ବନଖଣ୍ଡ ଅଧିକାରୀ ଶ୍ରୀ ସେଠୀ ଆହ୍ୱାନ ଦେଇଛନ୍ତି । ଇଚ୍ଛୁକ ବ୍ୟକ୍ତି ଚାରା ପାଇବାପାଇଁ ନିକଟସ୍ଥ ରେଞ୍ଜ କାର୍ଯ୍ୟାଳୟସହ ଯୋଗାଯୋଗ କରିବାକୁ ଜଙ୍ଗଲବିଭାଗ ତରଫରୁ ଅନୁରୋଧ କରାଯାଇଛି । ସୁଚନାଯୋଗ୍ୟ ଯେ ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଜିଲ୍ଲାରେ ୧୯୪ ହେକ୍ଟର ଆୟତନ ଜଙ୍ଗଲ ବଢିଛି । ଚଳିତବର୍ଷ ପାଇଁ ଚାରାବଣ୍ଟନ ଯୋଜନା ଅନୁଯାୟୀ ବୌଦ୍ଧ ବନଖଣ୍ଡର ବ୍ଲକ ପ୍ଲାଣ୍ଟେସନ ୨୦୬ ହେକ୍ଟର (୩ଲକ୍ଷ୨୯ହଜାର ) ଚାରା, ଗ୍ୟାପ ପ୍ଲାଣ୍ଟେସନ ୨୩୨୬ ହେକ୍ଟର (୬ଲକ୍ଷ ୧୨ହଜାର୪ଶହ) ଚାରା ଓ ଏଭିନ୍ୟୁ ପ୍ଲାଣ୍ଟେସନ ୧୩୦ କି.ମି (୩୨ହଜାର୬ଶହ) ଚାରା ସମୁଦାୟ ୯ଲକ୍ଷ ୭୮ହଜାର ୯ଶହ ଚାରା ରୋପଣ କରାଯିବ । ସେହିପରି ୭ଲକ୍ଷ ଚାରା ବଣ୍ଟନ କରାଯିବ ।

hiranchal ad1
Leave A Reply

Your email address will not be published.

4 × 5 =