ବୌଦ୍ଧ: ପହଣ୍ଡି ବିଜେ ଦୃଶ୍ୟ ଅତ୍ୟନ୍ତ ମନୋରମ, ବିଧିରକ୍ଷାରେ ରଥଯାତ୍ରା ପାଳିତ

0 239

ବୈାଦ୍ଧ,୧୨/୭- କରେନା କଟକଣା ଯୋଗୁଁ ଆଜି ବୌଦ୍ଧସହରର ବିରାଜିତ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ବିନା ରଥ ଓ ଭକ୍ତରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସେବାୟତମାନେ ସକାଳ ୮ ଘଣ୍ଟା ସମୟରେ ପାରଂପରିକ ଭାବେ ତିନି ଠାକୁରଙ୍କ ପୂଜା, ନୀତିକାନ୍ତି ସାରିବାପରେ ମନ୍ଦିର ହତାକୁ ଆଣିଥିଲେ । ସହରର ପୋଡାପୋଡା ଓ ନୂଆସାହିରୁ ତିନିଠାକୁରଙ୍କ ପାଇଁ ଟାହିଆ ଆସିବାପରେ ଠାକୁରମାନଙ୍କୁ ମନ୍ଦିରର ଚତୁଃପାଶ୍ୱର୍ରେ ୪ ଥର ପରିକ୍ରମା କରାଇ ପହଣ୍ଡି କରାଯାଇଥିଲା । କେଉଟସାହି, ନୂଆସାହିର ସଂକୀର୍ତ୍ତନ୍ୟ ମଣ୍ଡଳୀ ନାମସଂକୀର୍ତ୍ତନ କରିଥିଲେ । ପହଣ୍ଡିର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା ।

hiring

ପହଣ୍ଡି ପରେ ଶ୍ରୀଜୀଉମାନଙ୍କୁ ମନ୍ଦିର ପରିସରରେ ଥିବା ଅସ୍ଥାୟୀ ମାଉସୀ ମା ଗୃହକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ସମସ୍ତ ସେବାୟତ କୋଭିଡ-୧୯କୁ ମାନି ମୁହଁରେ ମାସ୍କ ପରିଧାନ କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ରଘୁନାଥ ଷଡଙ୍ଗୀ, ସଂପାଦକ ବିଶ୍ୱଜିତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀଜୀଉମାନଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା । ଆଜି ମନ୍ଦିର ପରିସରରେ ଅନୁଷ୍ଠିତ ରଥଯାତ୍ରାକୁ ସୁପରିଚାଳନା କରିବାପାଇଁ ପ୍ରଶାସନ ତରଫରୁ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଅଶ୍ୱିନୀ କୁମାର ମେହେର ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ବ୍ରାହ୍ମଣ ସମାଜ ତରଫରୁ ସଭାପତି ଗୁରୁପ୍ରସାଦ ଦାଶ, ସଂପାଦକ ଦେବାଶିଷ ପୁରୋହିତଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମନ୍ଦିରକୁ ଯେପରି କୌଣସି ଭକ୍ତ ପ୍ରବେଶ କରିପାରିବେ ନାହିଁ ସେଥିପାଇଁ ମନ୍ଦିର ବାହାରେ ପୁଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

18 − 16 =