ବୌଦ୍ଧ,୬/୧- ଆଜି ସ୍ଥାନୀୟ ଟାଉନହଲଠାରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପରିମଳ ସମ୍ବନ୍ଧୀୟ ତାଲିମ୍ ଓ ବଡାଖାନା କାର୍ଯ୍ୟକ୍ରମ ଏନଏସି ତରଫରୁ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ନିର୍ବାହୀ ଅଧିକାରୀ, କନିଷ୍ଠଯନ୍ତ୍ରୀ, ସାନିଟେସନ ଏକ୍ସପୋର୍ଟ , ସାନିଟେସନ ଇନ୍ ଚାର୍ଜ, ଗୋଷ୍ଠୀ ସଂଗଠିକା , ଜମାଦାର , ସମସ୍ତ ପରିଷଦର ସଫେଇ କର୍ମଚାରୀ ଓ ଓ ସ୍ୱଚ୍ଛସାଥୀଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ । ସଫେଇ କର୍ମଚାରୀ ଓ ସ୍ୱଚ୍ଛସାଥୀଙ୍କୁ ସ୍ୱଚ୍ଛ ଭାରତ ମିଶନ୍ ଜରିଆରେ ଏସ. ଓ.ପି ନିଜ ନିଜ ଦାୟିତ୍ୱ ଓ ସରକାରଙ୍କ ନିୟମ ସମ୍ବନ୍ଧରେ ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା ଓ ସାନିଟେସନଏକ୍ସପୋର୍ଟ ଆଲୋକପାତ କରିଥିଲେ । ଏତଦ୍ ବ୍ୟତୀତ ସମସ୍ତ ସଫେଇ କର୍ମଚାରୀ ଓ ସମସ୍ତ ସ୍ୱଚ୍ଛସାଥୀ ,ସାନିଟେସନ ଇନ୍. ଚାର୍ଜ ଓ ସାନିଟେସନ ଏକ୍ସପୋର୍ଟ ଏବଂ ଜମାଦାରଙ୍କୁ ୱେଲଥ ସେଣ୍ଟରର ଏସ. ଓ.ପି ସମ୍ବନ୍ଧରେ ସମସ୍ତଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ ଓ ୱେଲଥ ସେଣ୍ଟରର ସଂପୂର୍ଣ୍ଣଭାବେ କିଭଳି କାର୍ଯ୍ୟକ୍ରମ ହୋଇପାରିବ ତାହାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଶେଷରେ ବଡାଖାନା କାର୍କ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।