ପାଣି ପାଇଁ ୨ କି.ମି. ଯାଉଛନ୍ତି କୃଷ୍ଣମୋହନପୁର୍‌ ଗ୍ରାମବାସୀ

0 296

ବୌଦ୍ଧ,୧୩/୪- ହରଭଙ୍ଗା ବ୍ଲକ୍‌ ରାଧାନଗର୍‌ ଗ୍ରାମ ପଞ୍ଚାୟତ କୃଷ୍ଣମୋହନପୁର୍‌ ଗ୍ରାମବାସୀ ରୋଷେଇ ଓ ପିଇବା ପାଣି ପାଇଁ ଦୁଇ କିଲୋମିଟର ଦୂରରେ ଥିବା ପଡୋଶୀ ଗ୍ରାମ କେଳାକଟାକୁ ଯିବାକୁ ପଡୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣମୋହନପୁର୍‌ ଗ୍ରାମରେ ଥିବା ଦୁଇଟି ନଳକୂପ ଓ ଗୋଟିଏ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି । ଗ୍ରାମ ପଞ୍ଚାୟତ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଓ ଗ୍ରାମରେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ହେତୁ ପଡୋଶୀ ଗ୍ରାମ କେଳାକଟା ଉପରେ ପାଣି ଟିକିଏ ପାଇଁ ନିର୍ଭର କରିବାକୁ ପଡୁଛି । କେଳାକଟା ପ୍ରାୟ ୨ କିଲୋମିଟର ଦୂରରେ ଥିବା ଯୋଗୁଁ ମହିଳାମାନେ ଚାଲି ଚାଲି ମୁଣ୍ଡରେ ଗରା ଓ ହାତରେ ବାଲଟି ବୋହି ଆସୁଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମର ଅଚଳ ନଳକୂପ ଓ ସୌର ଶକ୍ତି ଚାଳିତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ସଚଳ କରାଇବା ପାଇଁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

five × four =