୪୦ ଓ.ଟି.ଇ.ଟି. ଗଣ ଶିକ୍ଷକ ହେଲେ ବହିଷ୍କୃତ !

0 8,616

ବୌଦ୍ଧ,୨୦/୧ – ଜାଲ୍‌ ଓ.ଟି.ଇ.ଟି. ପାସ୍‌ ସାର୍ଟିଫିକେଟ ଦେଇ ରେଗୁଲାର୍‌ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ୪୦ ଜଣ ଗଣଶିକ୍ଷକ ବହିଷ୍କୃତ ହେବାର ସମସ୍ତ ପ୍ରକ୍ରିୟା ସରି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଚିଠି ମଧ୍ୟ ସମ୍ପୃକ୍ତ ଶିକ୍ଷକ ମାନଙ୍କ ନିକଟକୁ ପଠାଯାଇଥିବା ସୁଚନା ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୯ ଜଣଙ୍କ ଓ.ଟି.ଇ.ଟି. ପ୍ରମାଣପତ୍ର ଭେରିଫିକେସନ୍‌ ପାଇଁ ପଠାଯାଇଥିବାବେଳେ ତାର କୌଣସି ଉତ୍ତର ମାଧ୍ୟମିକ ଶିକ୍ଷା ବୋର୍ଡ ଦେଇନଥିବା ହେତୁ ତାଙ୍କ ସମ୍ପର୍କରେ କୌଣସି ନିଷ୍ପତି ନିଆଯାଇନଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମୋଟ ୪୫ ଜଣ ଗଣଶିକ୍ଷକ ରେଗୁଲାର୍‌ ହୋଇସାରିଛନ୍ତି । ଦୀର୍ଘ ବର୍ଷ ଧରି ଗଣଶିକ୍ଷକ ଭାବେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟକରି ଆସୁଥିଲେ । ଜାଲ୍‌ ପ୍ରମାଣପତ୍ର ଦେଇ ସେମାନେ ଫସିବା ପରେ ତାଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯାଇଛି । କେବଳ ଗଣଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶାସନ ଚୁପ୍‌ ରହିବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଅସଲ ଦୋଷୀକୁ ଧରାନଗଲେ ଆହୁରି ଅନେକ ନିରୀହ ଲୋକ ଜାଲରେ ପଡି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ତେଣୁ ଜାଲ୍‌ ପ୍ରମାଣପତ୍ର ରାକେଟର ମୂଳ ପର୍ଯ୍ୟନ୍ତ ତଦନ୍ତ ଯିବାର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

sixteen + 13 =