ବୌଦ୍ଧ: ପ୍ରମୋଦ ପ୍ରସାଦ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ

0 13,638

ବୌଦ୍ଧ,୨୮/୧୦ – ଗତ ୧୧ ତାରିଖ ଠାରୁ ନିଖୋଜ ଥିବା ମୋବାଇଲ ଦୋକାନୀ ରାଜା ଓରଫ୍‌ ପ୍ରମୋଦ ପ୍ରସାଦଙ୍କ ନିଖୋଜ ମାମଲା ଉପରୁ ପରଦା ହଟାଇବାରେ ବୌଦ୍ଧ ପୋଲିସକୁ ସଫଳତା ମିଳିଛି । ରାଜା ହତ୍ୟାକାଣ୍ଡ ସମ୍ପର୍କରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ବୌଦ୍ଧ ଏସପି ଭି ରଘୁନାଥ ରାଓ ଜିଲ୍ଲା ପୋଲିସ୍‌ କାର୍ଯ୍ୟାଳୟର ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏ ମାମଲାରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣି ନାମକ ଦୁଇ ଜଣ ଯୁବକଙ୍କୁ ବୌଦ୍ଧ ଆଦର୍ଶ ଥାନା ପୋଲିସ୍‌ ଗିରଫ କରିଛି ।

ପୋଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ମିଲନକୁ ଗୋଟିଏ ମାଉଜର୍‌ ଯୋଗାଇ ଦେବା ପାଇଁ ରାଜା ୩୫ ହଜାର ଟଙ୍କା ନେଇଥିଲା । ରାଜା ଦୀର୍ଘ ଦିନ ଧରି ମିଲନକୁ ମାଉଜର୍‌ ଦେଇନଥିଲା କି ଟଙ୍କା ଫେରାଇ ନଥିଲା । ସେଥିପାଇଁ ତାକୁ ଯୋଜନାବଦ୍ଧ ଭାବରେ ହତ୍ୟା କରିବା ପାଇଁ ମିଲନ ଚାହିଁଥିଲା ।

hiring

ଗତ ୧୧ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଅଭିଷେକ ସାହାଣିଙ୍କ ମୋବାଇଲରୁ ରାଜାକୁ ଡକାଇ ପୋଡାପଡା ଠାରେ ଥିବା ମିଳନର ଜିମ ଉପରକୁ କଥାବାର୍ତ୍ତା ହେବା ପାଇଁ ମିଲନ ନେଇଥିଲା । ଉପର ମହଲା ଛାତରେ ସନ୍ଧ୍ୟା ପ୍ରାୟ ଘ ୭. ୩୦ ମିନିଟ ସମୟରେ ରାଜାର ବାମ ପାର୍ଶ୍ୱ ପେଟକୁ ଛୁରୀ ମାରିଥିଲା । ଫଳରେ ରାଜା ସେଠାରେ ବସି ପଡିଥିଲା ତାପରେ ମିଲନ ତା ତଣ୍ଟିକୁ ଧରି ଚିପି ଦେଇ ହତ୍ୟା କରିଥିବା ଏସ.ପି. ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

ବିଳମ୍ବିତ ରାତିରେ ଉଭୟ ଅଭିଯୁକ୍ତ ରାଜାର ମୃତ ଦେହ ନେଇ ମହାନଦୀର ପାଣି ଧାର ନିକଟରେ ପେଟ୍ରୋଲ୍‌ ଓ କାଠ ଦେଇ ପୋଡିବା ପରେ ନଦୀରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଭସାଇ ଦେଇଥିଲେ । କିଛି ଦୁର ଭାସି ଆସି ଶବ ମହାନଦୀର ହନୁମାନ ମନ୍ଦିର ଘାଟ ନିକଟରେ ଲାଗିଥିଲା । ଶବକୁ ପୋଲିସ୍‌ ଜବତ୍‌ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ୍‌ ଦୁଇ ଗୋଟି ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଆଦି ଜବତ୍‌ କରିଛି ।

hiranchal ad1
Leave A Reply

Your email address will not be published.

twenty − 16 =