ଶତାଧିକ ମୂଲ୍ୟବାନ ଗଛକଟାନେଇ ଗ୍ରାମରେ ଉତ୍ତେଜନା

0 345

ବୌଦ୍ଧ/ଜହ୍ନାପଙ୍କ,୩/୬- ବୃକ୍ଷ ହିଁ ଜୀବନ । ବୃକ୍ଷ ମନୁଷ୍ୟ ଜୀବନକୁ ବଞ୍ଚାଇବା ସହିତ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରେ । ବର୍ତ୍ତମାନ ପରିବେଶ ଅସନ୍ତୁଳିତ ପାଇଁ କେବଳ ମନୁଷ୍ୟ ଦାୟୀ । ତେଣୁ ପ୍ରତିବର୍ଷ ବୃକ୍ଷ ରୋପଣ ନାମରେ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗ୍ରାମ୍ୟ ଜଙ୍ଗଲ, ପତରା ଜଙ୍ଗଲ ପ୍ରତି ଗୁରୁତ୍ୱ ଦେଉନଥିବାରୁ ଗ୍ରାମ୍ୟ ଜଙ୍ଗଲ ଉପରେ କାଠ ଚୋରଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଦୀର୍ଘ ବର୍ଷ ସଂରକ୍ଷିତ ଥିବା ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାକୁ ବସିଛି । ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢିଆଳି ଗ୍ରାମରୁ । ସୂଚନା ଅନୁସାରେ ଦୀର୍ଘ ୪୦ ବର୍ଷ ହେଲା ଗୁଢିଆଳି ପୋଖରୀ ହୁଡ଼ାରେ ବିଭିନ୍ନ ପ୍ରକାରର ଶତାଧିକ ଗଛ ଥିଲା ।

hiring

ତାହାର ରକ୍ଷଣାବେକ୍ଷଣ ଗ୍ରାମବାସୀ କରି ଆସୁଥିଲେ । କିନ୍ତୁ ଗାଁର କିଛି ବ୍ୟକ୍ତି କାହାର ପ୍ରରୋଚନାରେପଡି ଗତକାଲି ପୋଖରୀ ହୁଡ଼ାରେ ଥିବା ଭଅଁର, ନିମ୍ବ ଓ ପଳାସ ଭଳି ମୂଲ୍ୟବାନ ଗଛ କାଟିଦେଇଥିବା ବନବିଭାଗ ଠାରେ ଓ ଖୁଣ୍ଟବନ୍ଧ ରାଜସ୍ୱ ନିରୀକ୍ଷକଙ୍କଠାରେ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଏବଂ ଏହାର ସରଜମିନ ତଦନ୍ତ କରି ବନବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟ ଯାଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁଢିଆଳି ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − 17 =