ମାରୁତି ଯୁବକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସମ୍ବର୍ଦ୍ଧନା

0 266

ବୌଦ୍ଧ/ଜହ୍ନ ।ପଙ୍କ,୧୫/୬: ଆଜି ଅପରାହ୍ନରେ କଣ୍ଟାମାଳ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କୁ ଜହ୍ନ ।ପଙ୍କ ଗ୍ରାମବାସୀ ଓ ମାରୁତି ଯୁବକ ସଂଘ ପକ୍ଷରୁ ଉପଢୌକନ ଦେଇ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ସାମ୍ପାଦକ ଜଗଦୀଶ ବାରିକ,କୋଷାଧ୍ୟକ୍ଷ ଦେବ ନାରାୟଣ ପ୍ରଧାନ, ଉପଦେଷ୍ଟା ଉପେନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ବେହେରା, ସୁଧାଂଶୁ ଶେଖର ପ୍ରଧାନ, ଗ୍ରାମ୍ୟ କମିଟିର ସଭ୍ୟ କୁଶ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମର୍ଯ୍ୟାଦପୁର, ମଧୁପୁର, ବୁରକଟା, ତେଲିବନ୍ଧ, ସାହାଜପାଲ,ତାଳସରଡା,ବହିରା ଆଦି ଛକରେ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ବିପୁଳ ଭାବରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ୍ୟ କମିଟି ଓ ବିଜେଡିର ବହୁ କର୍ମୀ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =