ଅବ୍ୟବସ୍ଥା ଘେରରେ ନବନିର୍ମିତ ଡି.ଆଈ.ଇ.ଟି. କ୍ୟାମ୍ପସ

0 649

ବୌଦ୍ଧ,୧୬/୧୨ – ବୌଦ୍ଧ ରାଜବାଟୀ ସମ୍ମୁଖରେ ଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡି.ଆଈ.ଇ.ଟି) ହରଭଙ୍ଗା ବ୍ଲକ ରାଧାନଗର୍‌ ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ନିକଟ ନୂତନ କୋଠାକୁ ଉଠିଆସିବା ପରେ ଅନେକ ଅବ୍ୟବସ୍ଥା ଘେରରେ ରହିଛି । ପ୍ରତିଷ୍ଠାନର ପାଚେରୀ ଏ ଯାଏଁ ନିର୍ମାଣ ସଂପୂର୍ଣ୍ଣ ହୋଇପାରିନାହିଁ କି ଭିନ୍ନକ୍ଷମ ମାନଙ୍କ ପାଇଁ ରାଂପ୍‌ ନିର୍ମାଣ ମଧ୍ୟ ହୋଇ ପାରିନାହିଁ । କାର୍ଯ୍ୟରତ କୌଣସି କର୍ମଚାରୀଙ୍କ ପାଇଁ କ୍ୱାଟର୍‌ ମଧ୍ୟ ନଥିବା ଦେଖିବାକୁ ମିଳିଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ହେଲା ଦୀର୍ଘଦିନ ହେଲା ପ୍ରତିଷ୍ଠାନର ସ୍ଥାୟୀ ଅଧ୍ୟକ୍ଷ ମଧ୍ୟ ନାହାନ୍ତି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଅଧ୍ୟକ୍ଷ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି । ବର୍ତ୍ତମାନ ସିଟି ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଅନୁଷ୍ଠିତ ହେବ ଓ କିଭଳି ଭାବେ ଏତେ ଅବ୍ୟବସ୍ଥା ମଧ୍ୟରେ ପିଲାମାନେ ପାଠ ପଢିବେ ତାହା ଚିନ୍ତାର ବିଷୟ ପାଲଟିଛି । ଛାତ୍ରୀ ମାନଙ୍କ ପାଇଁ ଛାତ୍ରୀବାସ ନିର୍ମାଣ କାର୍ଯ୍ୟ ଅସଂପୂର୍ଣ୍ଣ ରହିଛି । ପିଲାମାନେ ନାମ ଲେଖା ପରେ କୋଉଠି ରହିବେ ଓ ସବୁଠାରୁ ବଡ଼ ସମସ୍ୟା ହେଲା ଏ ସ୍ଥାନକୁ ଯୋଗାଯୋଗ ମାଧ୍ୟମ ନାହିଁ । ନୂତନ କୋଠାକୁ ସ୍ଥାନାନ୍ତର କରାଯିବା ପୂର୍ବରୁ ପ୍ରଶାସନ ଏ ଦିଗରେ ଚିନ୍ତା କରିବା ଉଚିତ୍‌ ଥିଲା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ଶିକ୍ଷାଦାନ ଆରମ୍ଭ ହେବା ପୂର୍ବରୁ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ ସଂପୂର୍ଣ୍ଣ ଦିଗରେ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

5 × 1 =