ଗଞ୍ଜେଇ ସହ ଦୁଇ ବାଇକ ଛାଡି ଚାଲାଣକାରୀ ଫେରାର

0 1,164

ବୌଦ୍ଧ,୨୦/୪ – ଗତକାଲି ମନମୁଣ୍ଡା ଥାନା ଶଗଡା ଗ୍ରାମ୍‌ ପଂଚାୟତ ଶିଗାଡି – ମେନକା ସାହି ରାସ୍ତା ନିକଟରେ ପୋଲିସକୁ ଦେଖି ଦୁଇଟି ବାଇକ ସହ ୫୦ କିଲୋଗ୍ରାମ ଗଞ୍ଜେଇ ଛାଡି ଚାଲାଣକାରୀ ଫେରାର ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ସବ୍‌ ଇନ୍ସପେକ୍ଟର ମମତା ମଗର କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଶଗଡା ଗ୍ରାମ ପଞ୍ଚାୟତ ଶିଗାଡି ନିକଟରେ ଥାନା କର୍ମଚାରୀଙ୍କ ସହ ଜଗି ରହିଥିଲେ । ଦୁଇଟି ବାଇକରେ ୨୫ କିଲୋଗ୍ରାମ ଲେଖାଏଁ ଗଂଜେଇ ଚାଲାଣକାରୀମାନେ ବସ୍ତାରେ ଭର୍ତ୍ତିକରି ଆସୁଥିବା ବେଳେ ପୋଲିସ୍‌କୁ ଦେଖି ଗଂଜେଇ ସହ ବାଇକ ଛାଡି ଜଂଗଲ ଭିତରକୁ ଦଉଡି ଚାଲି ଯାଇଥିଲେ । ପୋଲିସ୍‌ ଦୁଇଟି ବାଇକ ଜବତ୍‌ କରିଥିବା ବେଳେ କଂଟାମାଳ ଅତିରିକ୍ତ ତହସିଲଦାର ସୁଶିଲ କହଁରଙ୍କ ଉପସ୍ଥିତିରେ ଓଜନ କରି ଦୁଇଟି ବସ୍ତାରେ ଥିବା ୨୫ କିଲୋଗ୍ରାମ ଲେଖାଏଁ ମୋଟ୍‌ ୫୦ କିଲୋଗ୍ରାମ ଗଞ୍ଜେଇ ଜବତ୍‌ କରିଥିବା ଜଣାପଡିଛି । ଜବତ କରିଥିବା ବାଇକ ଆଧାରରେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ମନମୁଣ୍ଡା ପୋଲିସ୍‌ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

two × one =