ବିଧାନସଭା ଭୋଟର ତାଲିକା ସଂଶୋଧିତ: ବୌଦ୍ଧ ଭୋଟର ସଂଖ୍ୟା ୧ଲକ୍ଷ ୬୨ହଜାର ଟପିଲା, କଣ୍ଟାମାଳ ଭୋଟର ସଂଖ୍ୟା ୧ଲକ୍ଷ ୬୩ହଜାର ଉପରେ

0 1,505

ବୌଦ୍ଧ,୧୫/୧- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ସଂଶୋଧନ ତାଲିକା ପ୍ରକାଶ ପାଇଛି । ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଅଶ୍ୱିନୀ କୁମାର ମେହେର ଓ ଡେପୁଟି କଲେକ୍ଟର ନିର୍ବାଚନ ମିସ୍‌ ସ୍ମିତାରାଣୀ ରଥ ଏହି ଭୋଟର ତାଲିକା -୨୦୨୧କୁ ଉନ୍ମୋଚନ କରିଥିଲେ । ଏହି ତାଲିକା ଅନୁଯାୟୀ ବୌଦ୍ଧ ନିର୍ବାଚନ ମଣ୍ଡଳୀ ୮୬ରେ ପୁରୁଷ ଭୋଟର ସଂଖ୍ୟା ୮୦,୯୦୧ ଥିବାବେଳେ ବର୍ତ୍ତମାନ ଭୋଟର ସଂଖ୍ୟା ୮୩,୪୨୮ ହୋଇଛି । ସେହିପରି ମହିଳା ଭୋଟର ସଂଖ୍ୟା ୭୬୬୩୫ ଥିବାବେଳେ ବୃଦ୍ଧିପାଇ ୭୮,୯୨୩ ହୋଇଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ୮୫ରେ ମହିଳା ଭୋଟର ସଂଖ୍ୟା ୭୯,୮୪୨ ଥିବାବେଳେ ୭୯,୯୪୬ ଏବଂ ପୁରୁଷ ଭୋଟର ସଂଖ୍ୟା ୮୩,୨୦୯ ଥିବାବେଳେ ୮୩,୫୮୬ ରହିଛି । ସର୍ଭିସ ଭୋଟର ସଂଖ୍ୟା ୧୧୯ ଏବଂ ତୃତୀୟ ଲିଙ୍ଗିଙ୍କ ସଂଖ୍ୟା ୭ ରହିଥିବା ବୈଠକରେ ସୂଚନା ଦିଆଯାଇଛି । ବୌଦ୍ଧଜିଲ୍ଲାରେ ସମଗ୍ର ଭୋଟରଙ୍କ ସଂଖ୍ୟା ୩ଲକ୍ଷ ୨୫ହଜାର ୮୯୦ ବୋଲି ଜଣାପଡିଛି । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୬୭,୦୧୪ ଓ ମହିଳାଙ୍କ ସଂଖ୍ୟା ୧,୫୮,୮୬୯ ଅଟେ । ଅନ୍ୟମାନଙ୍କ ମଧ୍ୟରେ ସେକସନ ଅଫିସର ନିରଞ୍ଜନ ପାଢୀ, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ମେହେର ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fourteen + 16 =